Home >
ଦିନିକିଆ କ୍ରିକେଟର ଅଫ ଦ ଇୟର ହେଲେ ରୋହିତ ଶର୍ମା, ହୃଦୟ ଜିତି କୋହଲି ହେଲେ ପୁରସ୍କୃତ
Khabar Odisha:sports--cricket--odisha-indias-rohit-sharma-named-iccs-2019-odi-cricketer-of-the-year-kohli-wins-spirit-of-cricket-award
ନୂଆଦିଲ୍ଲୀ, ଜାନୁଆରୀ୧୫(ଖବର ଓଡ଼ିଶା):

 ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ଆଇସିସି ପୁରସ୍କାର ଘୋଷଣା କରିଛି। ଏଥିରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ସହିତ ଅନେକ ଭାରତୀୟ କ୍ରିକେଟରଙ୍କୁ ମହତ୍ଵପୂର୍ଣ୍ଣ ଆଓ୍ଵାର୍ଡ଼ ମିଳିଛି। ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ୨୦୧୯ରେ ଦମଦାର ପ୍ରଦର୍ଶନ ପାଇଁ ଦିନିକିଆ କ୍ରିକେଟର ଅଫ ଦ ଇୟର ପୁରସ୍କାର ମିଳିଛି। ଟେଷ୍ଟ କ୍ରିକେଟର ଅଫ ଦ ଇୟର ପେଟ କମିନ୍ସଙ୍କୁ ମିଳିଛି। ଉଲ୍ଲେଖଯୋଗ୍ୟ, ରୋହିତ ଶର୍ମା ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ଵ କପରେ ରେକର୍ଡ଼ ୫ ଶତକ ଓ ଗୋଟିଏ ଅର୍ଦ୍ଧଶତକ ଜରିଆରେ ୯ଟି ମ୍ୟାଚରେ ୬୪୮ ରନ କରିଥିଲେ। ପୂରା ବର୍ଷରେ ସେ ୨୮ଟି ଦିନିକିଆରୁ ୧୪୯୦ ରନ କରିଥିଲେ। 

ଭରାତୀୟ ଅଧିନାୟକଙ୍କୁ ଖେଳ ଭାବନା ପାଇଁ ସ୍ପିରିଟ୍ ଅଫ ଦ ଇୟର ଆଓ୍ଵାର୍ଡ ମିଳିଛି। ଏହି ଆଓ୍ଵାର୍ଡ ତାଙ୍କୁ ବିଶ୍ଵ କପର ଏକ ମ୍ୟାଚରେ ସ୍ମିଥଙ୍କ ପାଇଁ ତାଳି ମାରିବା ପାଇଁ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କୁ ଉତ୍ସାହିତ କରିବା ନେଇ ମିଳିଛି। ମ୍ୟାଚରେ ବିରାଟ କୋହଲି ବ୍ୟାଟିଂ କରୁଥିଲେ।  ସେହି ସମୟରେ ସୀମାରେଖାରେ ସ୍ମିଥ ଫିଲ୍ଡିଂ କରୁଥିଲେ। ସେଠାରେ ଥିବା ଦର୍ଶକ ସ୍ମିଥଙ୍କୁ ବଲ ଟାମ୍ପରିଂ ନେଇ ଚିଡ଼ାଇବା ଆରମ୍ଭ କରିଥିଲେ। 

ବିରାଟ କୋହଲିଙ୍କୁ ଦର୍ଶକଙ୍କ ଏହି ବ୍ୟବହାର ପସନ୍ଦ ଆସିନଥିଲା। ସେ ଇସାରାରେ  ଏହା ଉପରେ ଅସନ୍ତୋଷ ପ୍ରକାଶ କରି ଦର୍ଶକଙ୍କୁ ସ୍ମିଥଙ୍କ ଉଦ୍ଦେଶ୍ୟରେ କରତାଳି ଦେଇ ଉତ୍ସାହିତ କରିବାକୁ କହିଥିଲେ। କୋହଲି ଇସାରା କରି ଦର୍ଶକଙ୍କୁ ସ୍ମିଥଙ୍କ ପାଇଁ ତାଳି ମାରିବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ, ସ୍ମିଥ ଓ ଓ୍ଵାର୍ଣ୍ଣର ୨୦୧୮ରେ ବଲ୍ ଟାମ୍ପରିଂ ଆରୋପରେ ଦୋଷୀ ସାବ୍ୟସ୍ତ  ହେବା ପରେ ଗୋଟିଏ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ ହୋଇଥିଲେ। 

ଦୀପକ ଚହରଙ୍କ ଟି ୨୦ ପରଫମାନ୍ସ ଅଫ ଦ ଇୟର 

ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କୁ ଟି-୨୦ ଅଫ ଦ ଇୟର ପୁରସ୍କାର ମିଳିଛି। ନଭେମ୍ବରେ ଦୀପକ ବାଂଲାଦେଶ ବିପକ୍ଷ ନାଗପୁର ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ମାତ୍ର ୬ ରନ ଦେଇ ହ୍ୟାଟ୍ରିକ ସହିତ ୭ ଓ୍ଵିକେଟ୍ ନେଇଥିଲେ। ଚହର ଭାରତ ପକ୍ଷରୁ ଟି ୨୦ ଅନ୍ତରାଷ୍ଟ୍ରୀୟରେ ହ୍ୟାଟ୍ରିକ ନେବାରେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି। ଏହା ସହିତ ଏହି ପ୍ରଦର୍ଶନ ଟି-୨୦ ଅନ୍ତରାଷ୍ଟ୍ରୀୟରେ ମଧ୍ୟ କୌଣସି ବୋଲରଙ୍କ ଦ୍ଵାରା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସେ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସଙ୍କ ରେକର୍ଡ଼ ଭାଙ୍ଗିଛନ୍ତି। ମେଣ୍ଡିସ ୨୦୧୨ରେ ଜିମ୍ବାଓ୍ଵେ ବିପକ୍ଷରେ ୮ ରନ ଦେଇ ୬ ଓ୍ଵିକେଟ୍ ନେଇଥିଲେ। 

ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ଅମ୍ପାୟାର ଅଫ ଦ ଇୟର- ରିଚାର୍ଡ ଇଲିଙ୍ଗଓ୍ଵର୍ଥ

ଦିନିକିଆ କ୍ରିକେଟର ଅଫ ଦ ଇୟର- ରୋହିତ ଶର୍ମା(ଭାରତ)

୨୦୧୯ ସ୍ପିରିଟ ଅଫ କ୍ରିକେଟ୍ ଆଓ୍ଵାର୍ଡ଼- ବିରାଟ କୋହଲି(ଭାରତ)

ଟି ୨୦ ପରଫମାନ୍ସ ଅଫ ଦ ଇୟର- ଦୀପକ ଚହର(୬/୭ ବିପକ୍ଷ ବାଲାଂଦେଶ)

ଟେଷ୍ଟ କ୍ରିକେଟର ଅଫ ଦ ଇୟର- ପାଟ କମିନ୍ସ(ଅଷ୍ଟ୍ରେଲିଆ)

ଏମର୍ଜିଂ କ୍ରିକେଟର ଅଫ ଦ ଇୟର- ମାର୍ନସ  ଲାବୁସାନେ(ଅଷ୍ଟ୍ରେଲିଆ)

ଆସୋସିଏଟ କ୍ରିକେଟର ଅଫ ଦ ଇୟର- କାଇଲ କୋଟଜର(ସ୍କଟଲ୍ୟାଣ୍ଡ)

ସାର ଗ୍ୟାରିଫିଲ୍ଡ ସୋବର୍ସ ଟ୍ରଫି- ବେନ୍ ଷ୍ଟୋକ୍ସ(ଇଂଲଣ୍ଡ)

Subscribe

National International State Sports Entertainment