Home >
ଢିଙ୍କିଆରୁ ଗିରଫ ହୋଇଥିବା ୬ ଜଣଙ୍କୁ କରାଗଲା କୋର୍ଟ ଚାଲାଣ,ଛକ ଛକରେ ପୋଲିସ୍ ମୁତୟନ
Khabar Odisha:six-people-arrested-from-Dhinkia-were-arraigned-in-court-police-said
ପାରାଦୀପ ,ଜାନୁଆରୀ 15(ଖବର ଓଡ଼ିଶା):

ଢିଙ୍କିଆରୁ ଗିରଫ ହୋଇଥିବା ୬ ଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରାଯାଇଛି । ଗତକାଲି ଠାରୁ ଢିଙ୍କିଆ ଅଚଂଳରେ ପରିସ୍ଥିତି ଶାନ୍ତ ପଡ଼ିଥିବା ବେଳେ ପୋଲିସ୍ ଭୟରେ କେହି ଘରୁ ବାହାରୁ ନାହାନ୍ତି ।

ପ୍ରତି ଛକରେ ଗଣ୍ଡଗୋଳ ଆଶଙ୍କା କରି ପୋଲିସ୍ ମୁତୟନ କରାଯାଇଛି । ଏପରି କି ଢିଙ୍କିଆରେ ପ୍ରବେଶ କରିବା ପାଇଁ ପରିଚୟପତ୍ର ମଧ୍ୟ ଦରକାର ପଡ଼ୁଛି ।

Tension Erupts In Dhinkia Over Betel Vine Demolition, Police Resort To  Lathi Charge

ସୁଚନା ଅନୁସାରେ ଗତକାଲି ଜେଏସ୍‌ଡବ୍ଲୁର ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରାମବାସୀ ଙ୍କ ଉପରେ ଲାଠି ଚାର୍ଜ କରିଥିଲା ପୋଲିସ । ଏଥିରେ ମହିଳାଙ୍କ ସମେତ ଅନେକ ଗ୍ରାମବାସୀ ଆହାତ ହୋଇଥିଲେ ।

Betel vine demolition: Odisha's Dhinkia Villagers clash with cops, face  baton-charge- The New Indian Express

ଢିଙ୍କିଆରେ ପାନ ବରଜକୁ ଯିବା ସମୟରେ ଗ୍ରାମବାସୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ, । ଏପରିକି ପ୍ରଶାସନ ଜେଏସ୍‌ଡବ୍ଲୁର ପ୍ରକଳ୍ପ ପାଇଁ ଉଚ୍ଛେଦ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଗୋଟିଏ ପଟେ ଗ୍ରାମବାସୀ ଏବଂ ଅନ୍ୟ ପଟେ ଶହଶହ ପୋଲସି ଥିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁତୟନ ହୋଇଥିବା ପୋଲସଙ୍କ ନିକଟକୁ ଲୋକେ ମାଡି ଆସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । 

  • Tags:

Subscribe

National International State Sports Entertainment