ଭୁବନେଶ୍ୱର: ରାଜ୍ୟରେ ଡାଇରିଆ ସ୍ଥିତିରେ ସୁଧାର ଆସିବା ପରେ ମଧ୍ୟ ସମସ୍ତଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବିଶୁଦ୍ଧ ପାନୀୟଠୁ ଆରମ୍ଭ କରି ସ୍ୱଚ୍ଛତା ବଜାଇ ରଖିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଯେପରି ପୁଣି ଡାଇରିଆ ରାଜ୍ୟରେ ମୁଣ୍ଡ ନ ଟେକେ ସେଥିପାଇଁ ସରକାର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଅଞ୍ଚଳରେ ପାନୀୟଜଳ ଯୋଗାଣ ମାନର ଯାଞ୍ଚ କରିବେ SHG ମହିଳା । ଡାଇରିଆରେ ଜିଲ୍ଲା ପରେ ଜିଲ୍ଲା ବ୍ୟାପିବାରେ ଲାଗିଥିଲା । ଚିକିତ୍ସା ଓ ସଚେତନତା ଫଳରେ ଡାଇରିଆକୁ ରୋକାଯାଇଥିଲା।
ଖୁବଶୀଘ୍ର ପାନୀୟଜଳର ବିଶୁଦ୍ଧ ମାନ ଯାଞ୍ଚ ପାଇଁ SHG ମହିଳାମାନଙ୍କୁ ଦାୟିତ୍ୱ ଦିଆଯିବ । ସେଥିପାଇଁ ମହିଳାମାନଙ୍କୁ ଟ୍ରେନିଂ ସହିତ ଫିଲ୍ଡ ଟେଷ୍ଟିଂ କିଟ୍ ଦିଆଯିବ । ପାନୀୟଜଳ ଅପବ୍ୟବହାର ରୋକିବ SCADA । ସମସ୍ତ ଲୋକଙ୍କୁ ବିଶୁଦ୍ଧ ପାନୀୟ ଯୋଗାଇବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶୁଦ୍ଧ ପାନୀୟ ଜଳ ପାଇଁ ପାଣି ପାଇପ୍ ଖୋଳିବା ପାଇଁ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଉନ୍ନୟନ କମିସନର ଅନୁ ଗର୍ଗ । ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ଏ ନିଷ୍ପତ୍ତି ନେଇଛନ୍ତି ।