ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପାଇଁ ଶୁଭ ମୁହୂର୍ତ୍ତ ଧାର୍ଯ୍ୟ ହୋଇସାରିଛି । ମାର୍ଚ୍ଚ ୨୫ ତାରିଖରୁ ପର୍ଯ୍ୟାୟ କ୍ରମେ ରତ୍ନ ଅଳଙ୍କାର ଗଣତିମଣତି ଆରମ୍ଭ ହେବ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ମୁତାବକ, ମାର୍ଚ୍ଚ ୨୫ ତାରିଖ, ଚୈତ୍ର ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଗଣତି ହେବ । ସେହିଦିନର ଶୁଭବେଳା ୧୨ଟା ୧୨ରୁ ଗୋଟାଏ ୪୫ ମିନିଟ୍ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବା । ଏଥିପାଇଁ ଗଠନ ହୋଇଥିବା ଗୋଟିଏ ନିରୀକ୍ଷଣ ଓ ଗୋଟିଏ କାର୍ଯ୍ୟବାହୀ ନିୟୋଜିତ ହେବେ । ଏଥିରେ ଅଧିକୃତ ସେବକ, ଅଧିକାରୀ, ବଣିଆ, ଆରବିଆଇ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିବେ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ । ଗଣତି ସମୟରେ ମହାପ୍ରଭୁଙ୍କ ଦର୍ଶନରେ ପ୍ରଭାବ ପଡ଼ିବ ନାହିଁ । ଶ୍ରଦ୍ଧାଳୁମାନେ ବାହାର କାଠରୁ ଦର୍ଶନ କରିପାରିବେ । ପର୍ବପର୍ବାଣୀ, ଛୁଟି ଦିନ ଏବଂ ନୀତି ବହୁଳ ଦିନ ଗଣତିମଣତି ବନ୍ଦ କରାଯିବ । ସେହିପରି ସମସ୍ତ ଗଣତିମଣତି ପ୍ରକ୍ରିୟାର ସ୍ୱଚ୍ଛତାର ସହିତ କରିବାକୁ ଭିଡ଼ିଓଗ୍ରାଫି କରାଯିବ । ସେହିପରି ପ୍ରତ୍ୟେକ ଦିନ ଟ୍ରେଜେରିରୁ ଚାବି ଅଣାଯିବା । ଗଣତି ଶେଷ ହେବା ପରେ ପୁନର୍ବାର ସେହିଦିନ ଟ୍ରେଜେରିରେ ଚାବି ଦାଖଲ କରାଯିବ । ୧୯୭୮ ମସିହାରେ ହୋଇଥିବା ଗଣତିମଣତି ତାଲିକା ସହିତ ମେଳକ କରାଯିବା ୧୯୮୨ ଓ ୧୯୮୫ରେ ଅଳଙ୍କାର ଖର୍ଚ୍ଚକୁ ହିସାବକୁ ନିଆଯିବ । ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ ।