ନୂଆଦିଲ୍ଲୀ: ରେଳ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ ଖବର । ଭାରତୀୟ railway ଭଡାର ଢାଞ୍ଚାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏମିତିରେ ଜେନେରାଲ, ସ୍ଲିପର ଓ ଏସି ଶ୍ରେଣୀରେ ଟିକେଟ୍ ମହଙ୍ଗା ହେବ । ଟ୍ରେନ ଭଡାର ନୂଆ ଦର ଡିସେମ୍ବର ୨୬ରୁ ଲାଗୁ ହେବ । ସୂଚନା ଅନୁଯାୟୀ, ପାସେଞ୍ଜର ଟ୍ରେନର ଟିକେଟ୍ ଦର ବଢିବ ନାହିଁ । ମେଲ୍, ଏକ୍ସପ୍ରେସ ଓ ନନ ଏସି କାଟାଗୋରୀରେ କିଲୋମିଟର ପିଛା ୨ ପଇସା ବଢାଯିବ । ଏହି ହିସାବରେ ୫୦୦ କିମି ଉପରେ ୧୦ ଟଙ୍କା ଅଧିକ ଲାଗିବ ।
ଅନୁମାନ କରାଯାଉଛି ଏହି ଟିକେଟ୍ ଦାମ ବୃଦ୍ଧି ଫଳରେ ଭାରତୀୟ ରେଳବାଇକୁ ୬୦୦ କୋଟି ଟଙ୍କାର ଫାଇଦା ହେବ । ୨୧୫ କିମିରୁ ଅଧିକ ଯାତ୍ରା କଲେ ଯାତ୍ରୀଙ୍କୁ ଜେନେରାଲ ଟ୍ରେନରେ କିଲୋମିଟର ପିଛା ଏକ ପଇସା ଅଧିକ ଦେବାକୁ ପଡିବ । ସେହିପରି ମେଲ, ଏକ୍ସପ୍ରେସ, ସ୍ଲିପର ଓ ଏସି ଟ୍ରେନରେ ଯାତ୍ରା ପାଇଁ ୨୧୫ କିମିରୁ ଅଧିକ ଯାତ୍ରା କଲେ କିଲୋମିଟର ପିଛା ଅଧିକ ୨ ପଇସା ଦେବାକୁ ପଡିବ । ନନ ଏସି କୋଚରେ ଯାତ୍ରା ପାଇଁ ୫୦୦ କିମି ଯାତ୍ରା ଉପରେ ଅଧିକ ୧୦ ଟଙ୍କା ଦେବାକୁ ପଡିବ ।
Railwayର କହିବା କଥା ନିମ୍ନ ଆୟ ପରିବାରକୁ ଦୃଷ୍ଟିରେ ରଖି ଲୋକାଲ ଟ୍ରେନ ପାଇଁ ଭଡା ବୃଦ୍ଧି କରାଯାଇ ନାହିଁ । ଗତ ୧୦ ବର୍ଷରେ ଟ୍ରେନ ସଂଖ୍ୟା ବଢିଛି । ଏହା ବ୍ୟତୀତ ଟ୍ରାକ ବି ବିସ୍ତାର ହୋଇଛି । ସୁରକ୍ଷା ଓ ସଞ୍ଚାଳନ ପାଇଁ ଅଧିକ କର୍ମଚାରୀ ନିୟୋଜିତ କରାଯାଇଛି । ଏମିତିରେ ରେଲେଓ ଉପରେ ଆର୍ଥିକ ବୋଝ ବଢିଛି । ଏବେ ମାନବ ସମ୍ବଳ ଉପରେ ୧.୧୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହା ବ୍ୟତୀତ ପେନସନର ବୋଝ ପୂର୍ବରୁ ରହିଛି । ଏମିତିରେ ସନ୍ତୁଳନ ପାଇଁ ଟ୍ରେନ ଭଡା ବୃଦ୍ଧି କରାଯିବା ଜରୁରୀ ଥିଲା ।
Also read: ଖୁଦାଠୁ ଭଲ ନରେନ୍ଦ୍ର ମୋଦୀ, ଜାଭେଦ ଅଖତର ଏମିତି କାହିଁକି କହିଲେ; ଅସ୍ଥିତ୍ୱ ଉପରେ ବି ଉଠାଇଲେ ପ୍ରଶ୍ନ