ମୟୁରଭଞ୍ଜ: କୌଣସି ଜାତି ନିଜ ସଂସ୍କୃତିର ମୌଳିକତାରୁ ଭୂଲି ଗଲେ ନିଜର ଅସ୍ତିତ୍ୱ ହରାଇ ବସିବ । ଯେକୌଣସି ଜାତି ଓ ସମାଜ ଆଧୁନିକତାର ସହିତ ନିଜର ସାଂସ୍କୃତିକ ମୌଳିକତାକୁ ବଞ୍ଚାଇ ରଖିଲେ ସମୃଦ୍ଧ ହୋଇପାରିବ । ରାଷ୍ଟ୍ରପତି କହିଛନ୍ତି, ମୁଁ ଯେଉଁଠି ବି ଥାଏ ନିଜ ଗାଁକୁ ଭୁଲି ନାହିଁ । ସବୁବେଳେ ନିଜ ଅଞ୍ଚଳ ପାଇଁ କିଛି କରିବାକୁ ଚେଷ୍ଟା ଜାରି ରଖିଛି । ଆଜି ମୟୁରଭଞ୍ଜ ରାଇରଙ୍ଗପୁରରେ ଆୟୋଜିତ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଆଜି ଉଦଘାଟିତ ହୋଇଥିବା ପ୍ରକଳ୍ପ ପାଇଁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୟୁରଭଞ୍ଜର ରାଇରଙ୍ଗରେ ଉଦଘାଟିତ ପ୍ରକଳ୍ପ ଗୁଡ଼ିକ କେବଳ ବିକାଶର ପ୍ରତୀକ ନୁହେଁ ବରଂ ସାମାଜିକ ନ୍ୟାୟ, ସମାନ ସୁଯୋଗ ଏବଂ ସମସ୍ତଙ୍କ ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଙ୍ଗୀରକାର ବଦ୍ଧତାର ପ୍ରମାଣ । ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଁଚେ, ସେତେବେଳେ ପ୍ରଗତିର ଯଥାର୍ଥତା ପ୍ରତିପାଦନ ହୁଏ ।
ପ୍ରଧାନମନ୍ତ୍ରୀ ଯେତେବେଳେ ମୋ ଗାଁ ପାହାଡ଼ପୁରକୁ ଯାଇଥିଲେ ସେତେବେଳେ ତାଙ୍କର ଗାଁ ପ୍ରତି, ମାଟି ପ୍ରତି ଏବଂ ଜନତାଙ୍କ ପ୍ରତି ତାଙ୍କର ଆତ୍ମୀୟତା ପରିଲକ୍ଷିତ ହୋଇଛି । ସେହିପରି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟଗ୍ରାମ କରିବାକୁ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି । ରାଇରଙ୍ଗପୁରରେ ସ୍ପୋର୍ଟସ୍ କମ୍ଲେକ୍ସ ଉଦଘାଟିତ ହେବା ଦ୍ୱାରା ମୟୁରଭଞ୍ଜ ଜିଲ୍ଲାର ଲୁକାୟିତ ପ୍ରତିଭା ବିକଶିତ ହେବ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଅଂଶ ଗ୍ରହଣ କରି ଦେଶ ପାଇଁ ସୁନାମ ଆଣିପାରିବେ ।
ରାଷ୍ଟ୍ରପତି କହିଛନ୍ତି କୌଣସି ଜାତି ନିଜ ସଂସ୍କୃତିର ମୌଳିକତାରୁ ଭୂଲି ଗଲେ ନିଜର ଅସ୍ତିତ୍ୱ ହରାଇ ବସିବ । ଯେକୌଣସି ଜାତି ଓ ସମାଜ ଆଧୁନିକତାର ସହିତ ନିଜର ସାଂସ୍କୃତିକ ମୌଳିକତାକୁ ବଞ୍ଚାଇ ରଖିଲେ ସମୃଦ୍ଧ ହୋଇପାରିବ । ଆଦିବାସୀଙ୍କ ସଂସ୍କୃତିକୁ ବଜାୟ ରଖିବାକୁ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି, ମୁଁ ଯେଉଁଠି ବି ଥାଏ ନିଜ ଗାଁକୁ ଭୁଲି ନାହିଁ । ସବୁବେଳେ ନିଜ ଅଞ୍ଚଳ ପାଇଁ କିଛି କରିବାକୁ ଚେଷ୍ଟା ଜାରି ରଖିଛି ।