ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ୪୯ଟି ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି, ଏଥିପାଇଁ ଜାନୁଆରୀ ୩ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ରାଜ୍ୟ ସରକାର। ରାଜ୍ୟର ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯିବ। ପ୍ରସ୍ତାବିତ ଖଣି ବ୍ଲକ୍ମାନଙ୍କର ଉପଯୁକ୍ତତା, ଅନୁସନ୍ଧାନର ସ୍ଥିତି, ନିଲାମ ପାଇଁ ପ୍ରସ୍ତୁତି ଯାଞ୍ଚ ସହ ବୈଠକରେ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରାଯିବ।
ଏଥିସହ ମୟୂରଭଞ୍ଜ ଏବଂ ଦେବଗଡ଼ ଜିଲ୍ଲାରେ ପ୍ରସ୍ତାବିତ ସୁନା ଖଣି ନିଲାମ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ଓଏମ୍ସି ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର, ଓଡ଼ିଶାର ଖଣି ନିର୍ଦ୍ଦେଶକ, ଓଡ଼ିଶାର ଡେପୁଟି ଡାଇରେକ୍ଟର ଜେନେରାଲ୍ ଜିଏସ୍ଟି, ଏମ୍ଇସିଏଲ୍ର ଚେୟାରମ୍ୟାନ୍-କମ୍-ମ୍ୟାନେଜିଂ ଡାଇରେକ୍ଟର ଏବଂ ଆଇବିଏମ୍ର ରିଜିଓନାଲ୍ କଣ୍ଟ୍ରୋଲର ଅଫ୍ ମାଇନ୍ସଙ୍କୁ ପୂର୍ଣ୍ଣାଙ୍ଗ ତଥ୍ୟ ସହିତ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢନ୍ତୁ: ମହାନଦୀ ଜଳ ବିବାଦ: ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ