ଭୁବନେଶ୍ୱର: ଆଜିଠାରୁ ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି । ୬ ଦଫା ଦାବିରେ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି । କେବଳ ଜରୁରୀ କାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାତ୍ରୀମାନେ ବସ ଷ୍ଟାଣ୍ଡକୁ ଆସି ଗାଡ଼ି ନ ପାଇ ନିରାଶ ହୋଇ ଫେରି ଯାଇଛନ୍ତି । ସେପଟେ ପୁରୀ ବର୍ତ୍ତମାନେ ଲକ୍ଷାଧିକ ଲୋକଙ୍କ ଭିଡ଼ ଥିବାବେଳେ ଭକ୍ତମାନେ ଘରକୁ ଫେରିବାକୁ ଚାହୁଁଥିବାବେଳେ ଗାଡ଼ି ଚାଲୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ ସରକାର ଆଜି ଡ୍ରାଇବରଙ୍କ ଦାବି ସମ୍ପର୍କରେ ଆଲୋଚନା ପାଇଁ ସେମାନଙ୍କୁ ଡକାଇବେ । ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ପୂର୍ବରୁ ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲା । ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ସରକାର କୌଣସି ପଦକ୍ଷେପ ନ ନେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚର ସମ୍ପାଦକ ସନ୍ତୋଷ ସାହୁ ଏହି ଆନ୍ଦୋଳନକୁ ସମର୍ଥନ କରି ନାହାଁନ୍ତି । ରାଜ୍ୟରେ ୩୬ଟି ସଂଘ ଥିବାବେଲେ ମାତ୍ର ଗୋଟିଏ ସଂଘର ଆନ୍ଦୋଳନକୁ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି ।