Home >
ଅଣ୍ଡର ଓ୍ଵାର୍ଲ୍ଡ ଡନ କରିମ ଲାଲାକୁ ଭେଟିବାକୁ ମୁମ୍ବାଇ ଆସୁଥିଲେ ଇନ୍ଦିରା ଗାନ୍ଧୀ: ସଞ୍ଜୟ ରାଉତ
Khabar Odisha:national-odisha-sanjay-raut-claims-indira-gandhi-used-to-meet-gangster-karim-lala-in-mumbai
ପୁଣେ, ଜାନୁଆରୀ୧୫(ଖବର ଓଡ଼ିଶା):

ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବୁଧବାର ଦାବି କରିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୁମ୍ବାଇରେ ପୁରୁଣା ଅଣ୍ଡର ଓ୍ଵାର୍ଲ୍ଡ ଡନ କରିମ ଲାଲଙ୍କୁ ଭେଟିବାକୁ ମୁମ୍ବାଇ ଆସୁଥିଲେ। ସାମ୍ବାଦିକତା କ୍ଷେତ୍ରରେ କାମ କରି ସାରିଥିବା ସଞ୍ଜୟ ରାଉତ ମୁମ୍ବାଇରେ ଅଣ୍ଡରଓ୍ଵାର୍ଲ୍ଡର ସେହି ପୁରୁଣା ଦିନକୁ ମନେ ପକାଇ କହିଛନ୍ତି ଯେ, ଦାଉଦ ଇବ୍ରାହିମ, ଛୋଟା ସକିଲ ଓ ଶହଦ ସେଟ୍ଟୀଙ୍କ ପରି ଗ୍ୟାଙ୍ଗଷ୍ଟାର ମହାନଗର ଏବଂ ଆଖପାଖ ଅଞ୍ଚଳକୁ ନିଜର ନିୟନ୍ତ୍ରଣରେ ରଖୁଥିଲେ। 

ସଞ୍ଜୟ ରାଉତ ପୁଣେରେ ଏକ ପୁରସ୍କାର ସମାରୋହରେ ଗଣମାଧ୍ୟମ ସମୂହକୁ ସାକ୍ଷାତକାର ବେଳେ କହିଛନ୍ତି ଯେ, ଅଣ୍ଡରଓ୍ଵାର୍ଲ୍ଡ ସ୍ଥିର କରୁଥିଲା ଯେ, ମୁମ୍ବାଇର ପୋଲିସ କମିଶନର କିଏ ହେବ ଏବଂ ମନ୍ତ୍ରଣାଳୟରେ କିଏ ବସିବ। ରାଉତ ଏହା ମଧ୍ୟ କହିଛନ୍ତି ଯେ, ହାଜି ମସ୍ତାନ ମନ୍ତ୍ରଣାଳୟ ଆସିଲେ ତାକୁ ଦେଖିବାକୁ ପୂରା ମନ୍ତ୍ରଣାଳୟ ତଳକୁ ଆସି ଯାଉଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀ ଦକ୍ଷିଣ ମୁମ୍ବାଇର ପାଇଧୋନୀରେ କରିମ ଲାଲଙ୍କୁ ଦେଖା କରିବାକୁ ଆସୁଥିଲେ।

ଉଲ୍ଲେଖଯାଗ୍ୟ, ଗତ ବର୍ଷ ମହାରାଷ୍ଟ୍ରରେ ଶିବସେନା ଏନସିପି ଓ କଂଗ୍ରେସ ସହିତ ମେଣ୍ଟ କରି ସରକାର ଗଠନ କରିଛି। ୧୯୬୦ ଦଶନ୍ଧିରୁ ୧୯୮୦ ଦଶନ୍ଧି ପର୍ଯ୍ୟନ୍ତ ମୁମ୍ବାଇରେ ମଦର ତସ୍କରି, ଜୁଆ ଓ ବଳପୂର୍ବକ ଚାନ୍ଦା ଆଦାୟ ରାକେଟ ଚଳାଉଥିବା କରିମ ଲାଲର ମୃତ୍ୟୁ ୨୦୦୨ରେ ହୋଇଥିଲା। ସେହି ସମୟ ଅଣ୍ଡର ଓ୍ଵାର୍ଲ୍ଡଙ୍କ ଜମାନା ଥିଲା। କିନ୍ତୁ ଏବେ ସବୁ ଦେଶ ଛାଡ଼ି ଚାଲି ଯାଇଛନ୍ତି। 

କିଏ ଏହି କରିମ ଲାଲ

ଅବଦୁଲ କରିମ ଶେର ଖାନର ଜନ୍ମ ଆଫଗାନିସ୍ତାନରେ ହୋଇଥିଲା। କରିମ ଲାଲା ନାମରେ ପରିଚିତ କରିମ ଶେର ଖାନ ୧୯୩୦ରେ ମୁମ୍ବାଇ ଆସିଥିଲା। ମୁମ୍ବାଇରେ ସେ ସୁନା, ରୂପା ଓ ଅସ୍ତ୍ର ଶସ୍ତ୍ରର ଚୋରାଚାଲାଣ ଧନ୍ଦା ଆରମ୍ଭ କରି ଦେଇଥିଲା। କିଛି ସମୟ ମଧ୍ୟରେ ସେ ସଟ୍ଟେବାଜି ଓ ଡ୍ରଗ୍ସ ରାକେଟ୍ ଧନ୍ଦାରେ ପାଦ ଦେଇଥିଲା। ମୁମ୍ବାଇରେ ଲାଲାର ବାଦଶାହା ୧୯୭୦ ପର୍ଯ୍ୟନ୍ତ ରହିଥିଲା। ଅମିତାଭ ବଚ୍ଚନଙ୍କ ଜଞ୍ଜିର ଫିଲ୍ମରେ ପ୍ରାଣ ଯେଉଁ ଭୂମିକାରେ ଅଭିନୟ କରିଥିଲେ, ତାହା କରିମ ଲାଲାଠୁ ପ୍ରେରିତ ଥିଲା। ୯୦ ବର୍ଷ ବୟସରେ ଲାଲାର ମୃତ୍ୟୁ ମୁମ୍ବାଇରେ ୨୦୦୨ରେ ହୋଇଥିଲା।

Subscribe

National International State Sports Entertainment