Home >
ରାହୁଲଙ୍କ ବିଦେଶ ଗସ୍ତକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଟଣାଓଟରା
Khabar Odisha:national-odisha-rashid-alvi-opposes-salman-khurshids-view-on-rahul-gandhis-resignation
ନୂଆଦିଲ୍ଲୀ, ଅକ୍ଟୋବର ୦୯ (ଖବର ଓଡିଶା) :

ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରମୁଖ ନେତୃତ୍ଵ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ମାମଲା ଥଣ୍ଡା ନପଡୁଣୁ ଏବେ ଦଳର ୨ ଶୀର୍ଷ ନେତାଙ୍କ ମତଭେଦ ସାମ୍ନାକୁ ଆସିଛି। କଂଗ୍ରେସ ନେତା ରାଶିଦ ଅଲ୍ଵୀ ନିଜ ଦଳର ବରିଷ୍ଠ ନେତା ସଲମାନ ଖୁର୍ଶୀଦଙ୍କ ରାହୁଲଙ୍କୁ ନେଇ ଦେଇଥିବା ବୟାନକୁ ନେଇ ଖପା ହୋଇ କଟାକ୍ଷ କରିଛନ୍ତି। ଅଲ୍ଵୀ ଖୁର୍ଶୀଦଙ୍କୁ ଘରେ ନିଆଁ ଲଗାଉଥିବା ବ୍ୟକ୍ତି ଏବଂ ଦଳର ଶତ୍ରୁ ବୋଲି ମଧ୍ୟ କହିଛନ୍ତି।

ସଲମାନ ଖୁର୍ଶୀଦ କହିଥିଲେ କି, ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଦଳ ପାଇଁ ଅଡୁଆ ବଢି ଯାଇଛି। ଏହାପରେ ଅଲ୍ଵୀ କହିଥିଲେ କି, ଦଳକୁ ଏବେ ବାହାରର ଶତ୍ରୁ ଦରକାର ନାହିଁ। ଏକ ଘରୋଇ ଚ୍ୟାନେଲ ସହ ବାର୍ତ୍ତାଳାପ କରୁଥିବା ସମୟରେ ଅଲ୍ଵୀ କହିଛନ୍ତି କି, ବିଜେପିକୁ ମୁକାବିଲା କରିବା ପାଇଁ କଂଗ୍ରେସକୁ ଏକଜୁଟ ହେବାକୁ ପଡିବ। କିନ୍ତୁ ଏବେ ସ୍ଵର ଅଲଗା ଶୁଭୁଛି। କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କୁ ଏକଜୁଟ ହେବାର ସମୟ ଆସିଛି। 

ଅଳ୍ଵୀ ପୁଣି କହିଛନ୍ତି କି, ମହାରାଷ୍ଟ୍ରରୁ ଜଣେ କିଛି କହୁଛି, ହରିୟାଣାରୁ ଆଉ ଜଣେ ଅନ୍ୟ କିଛି କହୁଛି। ଏଭଳି ଲାଗୁଛି ଆମକୁ ବାହାର ଦୁନିଆର ଶତ୍ରୁ ଆବଶ୍ୟକ ନାହିଁ। ଘରର ଦୀପରୁ ଘରେ ନିଆଁ ଲାଗିଛି। ଏହି ସମୟରେ ଏଭଳି ନହୋଇ ଏକଜୁଟ ହୋଇ ମୁକାବିଲା କରିବା ଉଚିତ୍। ସେହି ସମୟରେ ମହାରାଷ୍ଟ୍ରର ମୁମ୍ବାଇରେ କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ନିରୁପମ ବିଧାନସଭା ନିର୍ବାଚନରେ ପ୍ରଚାର କରିବେନି ବୋଲି ମନା କରି ଦେଇଛନ୍ତି। ଏପଟେ ହରିୟାଣାରେ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଅଶୋକ ତମ୍ବର ଦଳରୁ ଇସ୍ତଫା ଦେଇଛନ୍ତି।

Subscribe

National International State Sports Entertainment