Home >
ସୀମାରେ ପାକିସ୍ତାନର ଗୁଳି ବର୍ଷଣ, ୨ ନାଗରିକ ମୃତ, ଅନେକ ଆହତ
Khabar Odisha:national-odisha-pakistan-violated-ceasefire-along-line-of-control-two-civilians-lost-life
ଜାମ୍ମୁ, ଡିସେମ୍ବର୦୩(ଖବର ଓଡ଼ିଶା):

 ଜାମ୍ମୁ-କାଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଗତ ୨୪ ଘଣ୍ଟା ହେବ ରହି ରହି ଗୁଳିମାଡ଼ କରାଯାଉଛି। ସୋମବାରଠୁ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପୁଞ୍ଝ ଜିଲ୍ଲାରେ ଏଲଓସି ସନ୍ନିକଟ ସମସ୍ତ ଜନବହୁଳ ଇଲାକା ଓ ସେନା ଶିବିର ଉପରକୁ ନିଶାଣ କରି ଗୁଳିବର୍ଷଣ କରିଛି। ଏଥିରେ ଦୁଇ ଜଣ ସ୍ଥାନୀୟ ନାଗରିଙ୍କ ପ୍ରାଣହାନୀ ଘଟିଛି। ଏହା ବ୍ୟତୀତ ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ପାକିସ୍ତାନ ମଙ୍ଗଳବାର ଅପରାହ୍ନରେ ପ୍ରାୟ ୨ଟା ୩୦ରେ ପୁଞ୍ଝ ସଂଲଗ୍ନ ଦୁଇଟି ସେକ୍ଟରରେ ଗୁଳିବର୍ଷଣ କରିଛନ୍ତି। ପାକିସ୍ତାନ ଯବାନ ପୁଞ୍ଝର ଶାହପୁର ଓ କେରନି ସେକ୍ଟରରେ ୧୮୨ ଏମଏମର ମୋର୍ଟାର ମାଡ଼ କରିଛି। ଏହି ଘଟଣାରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।

ପାକିସ୍ତାନୀ ପକ୍ଷରୁ ଗୁଳିବର୍ଷଣ କାରଣରୁ ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଦୁଇ ଜଣ ସ୍ଥାନୀୟ ନାଗରିକଙ୍କ ପ୍ରାଣହାନୀ ଘଟିଛି। ଏହା ବ୍ୟତୀତ ଅନେକ ଲୋକ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଆହତ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କାରଣରୁ ନିୟନ୍ତ୍ରଣ ରେଖା ସନ୍ନିକଟ ସମସ୍ତ ଇଲାକାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଭାରତୀୟ ସେନା ଜନବହୁତପୂର୍ଣ୍ଣ ଅଞ୍ଚଳରେ ଆଲର୍ଟ ଜାରି କରି ସ୍ଥାନୀୟବାସିନ୍ଦାଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ ଅନ୍ତରାଷ୍ଟ୍ରୀୟ ସୀମା ଓ ନିୟନ୍ତ୍ରଣ ରେଖା ସଂଲଗ୍ନ ଅଞ୍ଚଳରେ ଯବାନଙ୍କୁ ସତର୍କ ରହିବା ଓ ସୀମାପାରରୁ ହେଉଥିବା ଗୁଳିମାଡ଼ର ଉଚିତ୍ ଜବାବ ଦେବାକୁ ଆଦେଶ ଦିଆଯାଇଛି।

Subscribe

National International State Sports Entertainment