Home >
ଅଯୋଧ୍ୟା ମାମଲାରେ ବାଉଳେଇ ହେଲା ପାକିସ୍ତାନ, ଭାରତର ଦୃଢ ଜବାବ, ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଅ ନାହିଁ
Khabar Odisha:national-odisha-india-slams-pak-over-its-comment-on-ayodhya-verdict
ନୂଆଦିଲ୍ଲୀ, ନଭେମ୍ବର ୦୯(ଖବର ଓଡ଼ିଶା):

ସର୍ବଦା ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଉଥିବା ପାକିସ୍ତାନ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମଧ୍ୟ ଦାୟିତ୍ଵହୀଣ ମନ୍ତବ୍ୟ ଦେଇଛି। ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତ। ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ପାକିସ୍ତାନ ଦେଇଥିବା ବୟାନକୁ ସଂପୂର୍ଣ୍ଣ ଭାବେ ବୈଦେଶିକ ମନ୍ତ୍ରଣାଲୟ ଖଣ୍ଡନ କରିଛି। ସୁପ୍ରିମକୋର୍ଟର ନ୍ୟାୟିକ ମାମଲାରେ ରାୟ ସଂପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର। 

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ ଆଇନଗତ ଘଟଣାରେ ପାକିସ୍ତାନର ଅନୁଚିତ ଓ ନିରାଧାର ବୟାନକୁ ଖାରଜ କରୁଛୁ। ଏହା କାନୁନର ନିୟମ ଓ ସମସ୍ତ ଧର୍ମର ସମ୍ମାନ ଆଦର ଉପରେ ଆଧାରିତ ଅଟେ। ଏଥିରେ ପାକିସ୍ତାନର ମୁଣ୍ଡ ଖେଳାଇବାର କୌଣସି ଆବଶ୍ୟକତା ନାହିଁ। ପାକିସ୍ତାନର ଆଭିମୁଖ୍ୟ କଣ ଆମେ ବେଶ୍ ଭଲ ଭାବେ ଜାଣିଛୁ, କେବଳ ଘୃଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆମର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନ ଦ୍ଵାରା ତର୍କହୀନ ବୟାନ ଦିଆଯାଉଛି। 

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରୈସୀ କହିଛନ୍ତି ଯେ, କରତାରପୁର କରିଡ଼ର ଉଦଘାଟନ କରିବା ଦିନ ଭାରତରେ ଅଯୋଧ୍ୟା ମାମଲାରେ ରାୟ ଆସୁଛି। ଏହି ପରି ଖୁସିର ଅବସରରେ ସୁପ୍ରିମକୋର୍ଟ ଦ୍ଵାରା ରାୟ ଆସିବା ଅସମ୍ବେଦନଶୀଳତାକୁ ଦର୍ଶାଉଛି। କଣ ଏହାକୁ କିଛି ସମୟ ଲାଗି ଘୁଞ୍ଚାଇ ଦିଆଯାଇ ପାରିନଥାନ୍ତା। ରେଡ଼ିଓ ପାକିସ୍ତାନରେ ପ୍ରସାରଣ କରାଯାଉଛି ଯେ ପାକିସ୍ତାନ କରତାରପୁରରେ ଭାରତୀୟ ଆଗନ୍ତୁକଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦେଇଥିବା ବେଳେ ଭାରତ ନିଜ ଦେଶରେ ଅଳ୍ପସଂଖ୍ୟକଙ୍କୁ ଦବାଇବାର କାମ କରୁଛି। 

ଉଲ୍ଲେଖଯୋଗ୍ୟ, ଭାରତ ପାକିସ୍ତାନର ମିଥ୍ୟା ଅପପ୍ରଚାରକୁ ଦୃଷ୍ଟିରେ ରଖି ନିଜର ମିତ୍ର ଦେଶଗୁଡ଼ିକୁ ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟର ରାୟ ବିଷୟରେ ଅବଗତ କରାଇ ଦେଇଛି। ଭାରତ ଆମେରିକା, ରୁଷ, ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ ଓ ସାଉଦି ଆରବ ସହିତ ପ୍ରାୟ ୨୪ ଦେଶର ଉଚ୍ଚାୟୋଗଙ୍କୁ ସୂଚନା ଦେଇ ସାରିଛି।

Subscribe

National International State Sports Entertainment