Home >
ରାଫେଲର ପୂଜା କଂଗ୍ରେସକୁ ଖରାପ ଲାଗୁଛି, ଏହା ଆକ୍ରମଣ ପାଇଁ ନୁହେଁ ଆତ୍ମରକ୍ଷା ପାଇଁ- ଅମିତ ଶାହା
Khabar Odisha:national-odisha-haryana-assembly-polls-home-minister-amit-shah-in-kaithal-says-congress-did-not-like-shashtra-pujan-of-rafale
କୈଥଲ, ଅକ୍ଟୋବର ୦୯ (ଖବର ଓଡିଶା) :

ହରିୟାଣାର କେଥଲରେ ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନ ପ୍ରଚାର ସମୟରେ ରାଫେଲ ବାହାନାରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଧାରା ୩୭୦ ଉଚ୍ଛେଦକୁ ନେଇ ମଧ୍ୟ ବିରୋଧୀକୁ କଟାକ୍ଷ କରିଛନ୍ତି। ଶାହା କହିଛନ୍ତି କି, କଂଗ୍ରେସ ରାଫେଲ ପୂଜାର ବିରୋଧ କରୁଛି। କାରଣ କଂଗ୍ରେସ ନେତା ସନ୍ଦୀପ ଦିକ୍ଷିତଙ୍କ ପରେ ଏବେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ରାଫେଲ ଆଣିବା ଠାରୁ ନେଇ ରାଜନାଥ ସିଂହଙ୍କ ଫ୍ରାନ୍ସ ଗସ୍ତ ଓ ସେଠାରେ ଶସ୍ତ୍ର ପୂଜାକୁ ତମାସା କରିଛନ୍ତି।

ଅବକି ବାର, ୭୫ ପାର୍ ନାରା ଦେଇ ଅମିତ ଶାହା କହିଛନ୍ତି କି, ରକ୍ଷାମନ୍ତ୍ରୀ ଗତକାଲି ଫ୍ରାନ୍ସରେ ଶସ୍ତ୍ର ପୂଜା କରିଛନ୍ତି କିନ୍ତୁ ବିପକ୍ଷକୁ ଏହା ପସନ୍ଦ ଆସୁ ନାହିଁ। କଣ ବିଜୟାଦଶମୀରେ ଶସ୍ତ୍ର ପୂଜା କରାଯାଏ ନାହିଁ? କେଉଁ କଥାରେ ଆଲୋଚନା କରିବା ଉଚିତ୍ ଏବଂ କେଉଁ କଥାରେ ନୁହେଁ ସେ ବିଷୟରେ ତାଙ୍କୁ ଜ୍ଞାନ ଲାଭ କରିବା ଉଚିତ୍। ରାଫେଲ ଆକ୍ରମଣ ପାଇଁ ନୁହେଁ ବରଂ ଆତ୍ମରକ୍ଷା ପାଇଁ ଅଣାଯାଉଛି। ଭାରତୀୟ ବାୟୁସେନାରେ ରାଫେଲକୁ ମିଶାଇଥିବା କାରଣରୁ ଶାହା ମୋଦୀଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। 

ଶସ୍ତ୍ର ପୂଜା ଅବସରରେ ଶାହା କଂଗ୍ରେସକୁ ପ୍ରଶ୍ନ କରିଛନ୍ତି କି, ମଙ୍ଗଳବାର ବିଜୟାଦଶମୀ ଥିଲା। ଯାହାକି ଖରାପ ଉପରେ ଭଲର ବିଜୟର ପ୍ରତୀକ। କିନ୍ତୁ କଂଗ୍ରେସ ଏହାକୁ କଣ ପାଇଁ ବିରୋଧ କରୁଛି ତାହା ବୁଝି ହେଉ ନାହିଁ। ଏବେ ଏବେ ନିର୍ବାଚନ ପାଖେଇ ଆସିଲାଣି। ତେଣୁ ନିର୍ବାଚନର ଆରମ୍ଭ ପୂର୍ବରୁ କରିବେ ନା ପଶ୍ଚିମରୁ କରିବେ ତାହା ନେତାମାନେ ବୁଝିପାରୁ ନାହାଁନ୍ତି। ଏହାପରେ ଧାରା ୩୭୦ ଉଚ୍ଛେଦକୁ ନେଇ ମଧ୍ୟ ବିପକ୍ଷକୁ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି କି, ଅଗଷ୍ଟ ୫ରେ ନରେନ୍ଦ୍ର ମୋଦୀ ଧାରା ୩୭୦କୁ ଓପାଡି ଫୋପାଡି ଥିଲେ। ତିନି ପିଢି ଧରି ଶାସନ କରୁଥିବା ଲୋକଙ୍କ ମଦ୍ୟରେ ଧାରା ୩୭୦ ଉଚ୍ଛେଦ କରିବାକୁ ଶକ୍ତି ନଥିଲା। 

ଫ୍ରାନ୍ସରେ ଯେପରି ଭାବରେ ରାଜନାଥ ସିଂ ଶସ୍ତ୍ର ପୂଜା କଲେ, ଔଁ ଲେଖିଲେ, ନଡିଆ ଚଢାଇଲେ, ଲେମ୍ବୁ ରଖିଲେ ତାହାକୁ ନେଇ କଂଗ୍ରେସ ନେତା ସନ୍ଦୀପ ଦିକ୍ଷୀତ ପ୍ରଶ୍ନ ଉଠାଇଥିଲେ।

Subscribe

National International State Sports Entertainment