Home >
ନିୟନ୍ତ୍ରଣରେ ଜାମ୍ମୁ କାଶ୍ମୀର, ପଡୋଶୀ ଦେଶ ଏବଂ ବିପକ୍ଷ ଅପପ୍ରଚାର କରୁଛନ୍ତି: ଡିଜିପି ମୁନୀର ଖାନ
Khabar Odisha:national-odisha-addnl-director-general-of-police-law-order-munir-khan-said-law-order-is-totally-under-control
ଜାମ୍ମୁ, ଅଗଷ୍ଟ ୧୪ (ଖବର ଓଡିଶା) :

ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରର ବର୍ତ୍ତମାନ ସ୍ଥିତିକୁ ନେଇ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁନୀର ଖାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, କାନୁନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣରେ ରହିଛି । ଶ୍ରୀନଗର ଜିଲ୍ଲା ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ଅଂଚଳରେ ସ୍ଥାନୀୟ ଅଞ୍ଚଳରେ କିଛି ଘଟଣା ଘଟିଥିଲା । କିନ୍ତୁ ଏଥିରେ କେହି ହାତାହାତି ହୋଇ ନାହାଁନ୍ତି । 

ଡିଜିପି କହିଛନ୍ତି କି, ଯେତେବେଳେ କାନୁନ ଏବଂ ବ୍ୟବସ୍ଥାକୁ ନେଇ କୌଣସୀ ନୂତନ ସ୍ଥିତି ଉତ୍ପନ୍ନ ହୁଏ ସେହି ସମୟରେ ପଡୋଶୀ ରାଷ୍ଟ୍ର ସହ ବିପକ୍ଷ ଦଳର ମିଥ୍ୟା ପ୍ରଚାର ବଢେ । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିସ୍ଥିତିକୁ ଖରାପ କରିବା । ଏହି ସମୟରେ ଜାମ୍ମୁ କାଶ୍ମୀରର ଭାଇରାଲ ହେଉଥିବା କିଛି ଭିଡିଓକୁ ନେଇ ସେ କହିଛନ୍ତି କି, ଏହା ୨୦୧୦ ଏବଂ ୨୦୧୬ର ଭିଡିଓ । ଏହା ସେହି ଖଳ ପ୍ରକୃତିର ଲୋକମାନଙ୍କ ମିଥ୍ୟା ପ୍ରଚାରର ଏକ ଯୋଜନା । ଆମେ ତାଙ୍କର ଚେଷ୍ଟାକୁ କେବେ ସଫଳ ହେବାକୁ ଦେବୁନି । 

Subscribe

National International State Sports Entertainment