ଭୁବନେଶ୍ୱର: ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ । ଭୁବନେଶ୍ୱର କେଳୁ ଚରଣ ପାର୍କ ନିକଟରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ପରକୀୟା ପ୍ରୀତି ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ମୃତକ ହେଲେ ସୁସୀଲ ସିଂ । ଅଭିଯୁକ୍ତକୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଛି ।
ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନସ୍ଥ ଗାଡ଼କଣ ଶ୍ରୀ ସାଇ ବିହାରରେ ଥିବା କେଳୁ ଚରଣ ପାର୍କ ନିକଟରେ ଜଣେ ବ୍ୟକ୍ତି ଅନ୍ୟଜଣକୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ମୃତ ଯୁବକଙ୍କ ତାଙ୍କ ପତ୍ନୀ ସହିତ ଅନନୈତିକ ସମ୍ପର୍କ ଥିବାରୁ ପୂର୍ବରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ଥିଲା । ସେହି ଶତ୍ରୁତା ଆଜି ହତ୍ୟାର ରୂପ ନେଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାର ଅଧିକ ଯାଞ୍ଚ ଜାରି ରହିଛି ।