ମୁମ୍ବାଇ: କୌଇ ମିଲ୍ ଗୟା ଏବଂ କ୍ରିସର ୩ଟି ସଂସ୍କରଣର ସଫଳତା ପରେ ଏବେ କ୍ରିସ୍-୪ ପରଦାକୁ ଆସିବାକୁ ଯାଉଛି । ଏଥିରେ ମଧ୍ୟ ଅଭିନେତା ହ୍ରିତିକ୍ ରୋଶନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ପୂର୍ବ ଫିଲ୍ମରେ ହ୍ରିତିକଙ୍କ ଡବଲ୍ ରୋଲର ଯାଦୁ ଦେଖିବାକୁ ମିଳିଥିବାବେଳେ ଏଥର ଟ୍ରିପଲ୍ ରୋଲ୍ ରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି ।
କ୍ରିସ୍-୪ରେ ପୁରୁଣା କଳାକାରଙ୍କୁ ମଧ୍ୟ ସାମିଲ କରାଯାଉଛି । କୋଇ ମିଲ୍ ଗୟା ଏବଂ କ୍ରିସ୍-୧ ରେ ଅଭିନୟ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ରେଖା ଏବଂ ପ୍ରୀତି ଜିଣ୍ଟାଙ୍କ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।
କ୍ରିସ-୪ରେ ହ୍ରିତିକ୍ ଙ୍କୁ ତିନୋଟି ଚରିତ୍ରରେ ଦେଖିବାକୁ ମିଳିବ । ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଘଟଣାବଳୀକୁ ନେଇ ଫିଲ୍ମର କାହାଣୀ ରଚନା କରାଯାଇଛି । ଏହା ସହିତ ପାରିବାରିକ ସମ୍ପର୍କରେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ଥର ପାଇଁ ହ୍ରିତିକ୍ ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ତୁଲାଇବେ ।
ୟଶରାଜ ଷ୍ଟୁଡିଓରେ ପ୍ରୀ-ପ୍ରଡକ୍ସନ୍ କାମ ଆରମ୍ଭ ହୋଇଯାଇଛି । ୨୦୨୬, ମାର୍ଚ୍ଚ ବେଳକୁ ସୁଟିଂ କାମ ଆରମ୍ଭ ହେବ । ତେବେ ଫିଲ୍ମରେ କିଏ କିଏ ନଜର ଆସିବେ ସେ ନେଇ କୌଣସି ଆନୁଷ୍ଠାନିକ ସୂଚନା ପ୍ରଦାନ କରାଯାଇ ନାହିଁ ।