ନୂଆଦିଲ୍ଲୀ: ଆଇପିଏଲ୍-୨୦୨୬ ଆରମ୍ଭ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସକୁ ବଡ଼ ଝଟକା ଲାଗିଛି । ଦଳର ଷ୍ଟାର୍ ଦ୍ରୁତ ବୋଲର୍ ହର୍ଷିତା ରାଣା ଆଗାମୀ ଆପିଏଲରୁ ବାଦ ପଡ଼ିଛନ୍ତି । ଆଘାତ ଯୋଗୁଁ ହର୍ଷିତ ଆଇପିଏଲ୍ ଖେଳି ପାରିବେ ନାହିଁ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସାଉଥ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍ ସମୟରେ ୱାର୍ମଅପ୍ ମ୍ୟାଚ୍ ବେଳେ ହର୍ଷିତଙ୍କୁ ଆଘାତ ଲାଗିଥିଲା । ସେ ମ୍ୟାଚରେ ସଠିକ୍ ଭାବରେ ଖେଳି ପାରୁନଥିବାର ଦେଖାଯାଇଥିଲା । ଏହା ପରେ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା ଏବଂ ସେ ପଡ଼ିଆରୁ ବାହାରକୁ ପଳାଇ ଆସିଥିଲେ । ଉକ୍ତ ମ୍ୟାଚରେ ମାତ୍ର ଗୋଟିଏ ଓଭରରେ ସେ ୧୬ ରନ୍ ଦେଇଥିଲେ । ଏହି ଆଘାତ ଯୋଗୁଁ ଆଗାମୀ ମ୍ୟାଚରୁ ସେ କ୍ରମାଗତ ଭାବେ ଅନୁପସ୍ଥିତ ରହିଥିଲେ ।
ହର୍ଷିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରିବର୍ତ୍ତନ ପାଇଁ ସମୟ ଲାଗୁଛି । ସେଥିପାଇଁ ଆଗାମୀ ଆଇପିଏଲରେ କେକେଆର ପାଇଁ ଖେଳି ପାରିବେ ନାହିଁ । ତେବେ ହର୍ଷିତ ରାଣାଙ୍କ ସ୍ଥାନରେ କିଏ ଖେଳିବ ସେ ନେଇ ଦଳ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ । ଖାଲି ସେତିକି ଦଳର ଆଉ ଜଣେ ଦ୍ରୁତ ବୋଲର୍ ଶ୍ରୀଲଙ୍କା କ୍ରିକେଟର୍ ମଥୀଶା ପଥିରାନାଙ୍କ ଖେଳିବାକୁ ନେଇ ଅନିଶ୍ଚିତତା ଜାରି ରହିଛି । ସେ ମଧ୍ୟ ଆଘାତ ଯୋଗୁଁ ଟି-ଟ୍ୱେଣ୍ଟି ବିଶ୍ୱକପରୁ ବାଦ ପଡ଼ିଥିଲେ ।
୨୦୨୪ ସିଜନରେ କେକେଆରକୁ ଜିତାଇବାରେ ହର୍ଷିତଙ୍କ ବଡ଼ ଭୂମିକା ରହିଥିଲା । ସେ ପୂରା ସିଜନରେ ୧୯ଟି ୱିକେଟ୍ ନେଇଥିଲେ । ଏହା ପରେ ଭାରତୀୟ ଅନ୍ତର୍ଜାତୀୟ ଦଳରେ ସେ ସାମିଲ ହୋଇଥିଲେ । ୨୦୨୫ ସିଜନରେ ୨୫ କୋଟିରେ ହର୍ଷିତଙ୍କୁ କିଣିଥିଲା । ସେହି ସିଜିନରେ ସେ ୧୩ଟି ମ୍ୟାଚରେ ୧୫ ୱିକେଟ୍ ନେଇଥିଲେ ।