ଭୁବନେଶ୍ୱର: ଆକାଶଛୁଆଁ ସୁନା ଦର । ବିଶ୍ୱ ବଜାରରେ ଦିନକୁ ଦିନ ସୁନାର ଦର ବୃଦ୍ଧି ପାଉଛି । ଯାହା ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷକରି ମଧ୍ୟବି ପରିବାର ଲୋକଙ୍କୁ ଏହା ବେଶୀ ପ୍ରଭାବିତ କରୁଛି ।
ଜୁଲାଇ ୫ ଅର୍ଥାତ୍ ଶନିବାର ସୁନା ଦରରେ ସାମାନ୍ୟ ବୃଦ୍ଧି ହୋଇଛି । ଗତକାଲି ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନାର ଦାମ୍ ୯୮,୭୩୦ ଟଙ୍କା ଥିବା ବେଳେ ଆଜି ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇ ୯୮,୮୩୦ ଟଙ୍କା ହୋଇଛି ।
ସେହିପରି ଗତକାଲି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୦,୫୦୦ ଟଙ୍କା ଥିବା ବେଳେ ଆଜି ମଧ୍ୟ ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇ ୯୦,୬୦୦ ଟଙ୍କା ହୋଇଛି ଏବଂ ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୪,୧୩୦ ଟଙ୍କା ରହିଛି । ଗତକାଲି ୭୪,୦୫୦ ଟଙ୍କା ଥିଲା । ଏଥିରେ ୮୦ ଟଙ୍କା ବୃଦ୍ଧି ହୋଇଛି । ତେବେ ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୨,୦୦୦ ଟଙ୍କା ଥିଲା ।