ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ପରଲୋକ ଘଟିଛି । ଖୁଟୁଗାଁ ଥାନା ଅନ୍ତର୍ଗତ ନୂଆନିଧି ଗ୍ରାମସ୍ଥିତ ପୈତୃକ ବାସଭବନରେ ହେମେନ୍ଦ୍ର ଦେହତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।
ହେମେନ୍ଦ୍ର ୧୯୩୪ ମସିହାର ଜାନୁଆରୀ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବଳରାମ ମହାପାତ୍ର । ପତ୍ନୀଙ୍କ ନାମ କୁଞ୍ଜଲତା ମହାପାତ୍ର । ହେମେନ୍ଦ୍ର ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଗାତର ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୧ରେ ତୃତୀୟ, ୧୯୬୭ରେ ଚତୁର୍ଥ ଓ ୧୯୭୧ରେ ପଞ୍ଚମ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେମେନ୍ଦ୍ର ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ।