Home >
ଦରବାରର ଟିଜର ରିଲିଜ୍, ଧମାଲ କରିବେ ରଜନୀକାନ୍ତ
Khabar Odisha:entertainment-odisha-video-teaser-of-rajinikanth-film-darbar-teaser-went-viral-on-social-media
ନୂଆଦିଲ୍ଲୀ, ନଭେମ୍ଵର ୦୯ (ଖବର ଓଡିଶା) :

ସୁପରଷ୍ଟାର ରଜନୀକାନ୍ତଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ଦରବାରର ଟିଜର ରିଲିଜ୍ ହୋଇଛି। ସୋସିଆଲ ମିଡିଆରେ ଟିଜର ରିଲିଜ୍ ହେବାପରେ ଦର୍ଶକମାନେ ଦମଦାର ରେସପନ୍ସ ଦେଇଛନ୍ତି। ନଭମ୍ବର ୭ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ଟିଜରକୁ କେବଳ ଦର୍ଶକ ନୁହେଁ ବଲିଉଡ ମଧ୍ୟ ତାଙ୍କର ଭୁରୁଭୁରି ପ୍ରଶଂସା କରିଛି। ଏହି ଟିଜରକୁ ସଲମାନ ଖାନ, ସୁନୀଲ ସେଠୀ, ମହେଶବାବୁ, କମଲ ହାସନ ଟ୍ଵିଟରରେ ସେୟାର କରି ସୁଭକାମନା ଜଣାଇଛନ୍ତି। 

ଫିଲ୍ମ ଦରବାରର ଟିଜରରେ ରାଜନୀକାନ୍ତ ଜଣେ ପୁଲିସ ବାଲା ଭୂମିକାରେ ଅଛନ୍ତି। ଏହି ଫିଲ୍ମ ୨୦୨୦ରେ ପୋଙ୍ଗଲ ଅବସରରେ ରିଲିଜ କରାଯିବ। ଏହି ଫିଲ୍ମର ନିର୍ଦ୍ଦେଶକ ଏଆର ମୁଋଗଦାସ, ସଙ୍ଗୀତ ନିର୍ଦ୍ଦେଶକ କୋଲାବେରୀ ଫେମ ଅନିରୁଦ୍ଧ ରବିଚନ୍ଦର ଅଛନ୍ତି। ସେହି ସମୟରେ ତାମିଲ ଇଣ୍ଡଷ୍ଟ୍ରୀରେ ଲେଡି ସୁପରଷ୍ଟାର କୁହାଯାଉଥିବା ନୟନତାରା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ୧୧ ବର୍ଷ ପରେ ରଜନୀକାନ୍ତ ଏବଂ ନୟନତାରାଙ୍କ ଯୋଡି ପରଦାରେ ନଜର ଆସିବ। ଚନ୍ଦ୍ରମୂଖି ଏବଂ ଶିବାଜୀ ଭଳି ଫିଲ୍ମରେ ଏହି ଦୁଇ ଯୋଡିଙ୍କୁ ଦେଖିବାକୁ ମିଳିଥିଲା। 

ଚାରି ଦଶକ ଧରି ଦର୍ଶକଙ୍କ ହୃଦୟ ଜିତି ପାରିଥିବା ରଜନୀକାନ୍ତ ଏବେବି ହିଟ ଫିଲ୍ମ ଦେବାରେ ମାହିର. ଯାହାର ଲ୍ୟାଟେଷ୍ଟ ଉଦାହରଣ ୨.୦।

Subscribe

National International State Sports Entertainment