ଭୁବନେଶ୍ୱର, ଡିସେମ୍ବର 14 (ଖବର ଓଡିଶା) :
ରାଜ୍ୟରେ କମୁଛି କରୋନା ପ୍ରକୋପ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 222 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
23 ଟି ଜିଲ୍ଲା ଓ ଷ୍ଟେଟପୁଲ୍ରୁ ଏହି 222 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 127 ଜଣ କ୍ୱାରେଣ୍ଟାଇନ୍ରେ ଓ 95 ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ 28ଜଣ ରହିଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3,32,763 ପହଞ୍ଚିଥିବା ବେଳେ 3,28,622 ଜଣ ସୁସ୍ଥ ହୋଇସାରିଛନ୍ତି । 2,192 ଜଣ ଚିକିତ୍ସାଧୀନ ଅଛନ୍ତି ।