ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସଭା ପାଇଁ ମନୋନୀତ ଦୁଇ ପ୍ରାର୍ଥୀ ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଉଭୟଙ୍କ ସଫଳତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିପରି ମନମୋହନ ସାମଲ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।
ବିଜେପି ଆଜି ଓଡ଼ିଶାରୁ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ସୁଜିତ କୁମାର ପ୍ରାର୍ଥୀ ହୋଇଛନ୍ତି । ସେହିପରି ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ନିଜେ ଘୋଷଣା କରିଛନ୍ତି ।
ଏହା ପୂର୍ବରୁ ବିଜେଡ଼ି ମଧ୍ୟ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ୱର ହୋତା ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ପ୍ରାର୍ଥ ହୋଇଛନ୍ତି । ତେବେ ଦତ୍ତେଶ୍ୱର ବିଜେଡ଼ି ଏବଂ କଂଗ୍ରେସର ମିଳିତ ସମର୍ଥିତ ପ୍ରାର୍ଥୀ ଅଟନ୍ତି ।