ପୁରୀ ହବିଷ୍ୟାଳୀ ଶିବିରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଧର୍ମମାସ କାର୍ତ୍ତିକ ସୋମବାରରେ ମୁଖ୍ୟମନ୍ତ୍ରୀ ଆଜି ପୁରୀ ଯାଇ ବୃନ୍ଦାବତି ନିବାସ ଠାରେ ଆୟୋଜିତ ଉତ୍ସବରେ ଯୋଗ ଦେଇଛନ୍ତି। ହବିଷିଆଳୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ ଏବଂ ସୁଖଦୁଃଖ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ବୃନ୍ଦାବତି ନିବାସ ହବିଷିଆଳୀ କେନ୍ଦ୍ରରେ ହବିଷିଆଳୀ ମା' ମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି।
ଚଳିତ ବର୍ଷ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ୫ ଟି ସ୍ଥାନରେ ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ସାଂସଦ ,ପିପିଲି ଓ ସତ୍ୟବାଦୀ ବିଧାୟକ ,ଜିଲ୍ଲାପାଳ ,ଏସପି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହୁଳୁହୁଳି ଏବଂ ହରିବୋଲ ଭିତରେ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା