ଭୁବନେଶ୍ୱର: ଅପରାଧ ଓ ଦୁର୍ନୀତି ରୋକିବାକୁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ କୋଠା ବାହାରେ ସିସିଟିଭି ଲଗାଇବାକୁ ଯୋଜନା କରିଛନ୍ତି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ସରକାରୀ କୋଠା ବାହାରେ ଲାଗିବାକୁ ଥିବା ସିସିଟିଭି ଅତିକମ୍ରେ ୫୦୦ ମିଟର ଯାଏଁ କଭରେଜ କରିବ। ଏପରିକି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ସହ ଉକ୍ତ ସିସିଟିଭି ଯୋଡ଼ାଯିବ ବୋଲି ଜଣାପଡିଛି। ଯୋଜନା ସମ୍ପର୍କରେ ଆସନ୍ତା ୧୭ ତାରିଖରେ ବଡ଼ ବୈଠକ ବସିବ ବୋଲି ଜଣାପଡିଛି।
ଅଧିକ ପଢନ୍ତୁ: ନୂଆପଡା ଉପ-ନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର; ଦୁର୍ଗମ ଅଞ୍ଚଳର ଲୋକଙ୍କୁ କରିବା ନେଇ ସିଇଓଙ୍କ ସୂଚନା