Home >
ଜାନୁଆରୀ ୩୧ରୁ ହଡ଼ତାଳ, ତିନି ଦିନ ବନ୍ଦ ରହିବ ବ୍ୟାଙ୍କ୍
Khabar Odisha:business-odisha-bank-strike-on-31-janury-and-1-february-consecutive-three-days-shut
ନୂଆଦିଲ୍ଲୀ, ଜାନୁଆରୀ୧୫(ଖବର ଓଡ଼ିଶା):

ବେତନ ସଂଶୋଧନ ନେଇ ଆଲୋଚନା ବିଫଳ ହେବା ପରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ(ଆଇବିଏ) ଚଳିତ ମାସରେ ଦ୍ଵିତୀୟ ଥର ବ୍ୟାଙ୍କ ହଡ଼ତାଳ କରିବାକୁ ଆହ୍ଵାନ କରିଛି। ଆଇବିଏ ପକ୍ଷରୁ ଜାନୁଆରୀ ୩୧ ଓ ଫେବୃଆରୀ ୧ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଏହା ପୂର୍ବରୁ ଜାନୁଆରୀ ୮ରେ ଭାରତ ବନ୍ଦରେ ମଧ୍ୟ ୬ ବ୍ୟାଙ୍କ କର୍ମଚାରୀ ୟୁନିୟନ ମଧ୍ୟ ସାମିଲ ହୋଇଥିଲେ। ଉକ୍ତ ଦିନ ଦେଶର ଅଧିକାଂଶ ବ୍ୟାଙ୍କ ବନ୍ଦ ରହିଥିଲା ଏବଂ ବ୍ୟାଙ୍କ କାମ ଉପରେ ଗୁରୁତର ପ୍ରଭାବ ପଡ଼ିଥିଲା।

ଏଥର ବ୍ୟାଙ୍କ ହଡ଼ତାଳର ସମୟ ବହୁତ ମହତ୍ଵପୂର୍ଣ୍ଣ ରହିଛି। କାରଣ ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୩୧ରେ ଆର୍ଥିକ ସର୍ବେକ୍ଷେଣ ରିପୋର୍ଟ ଉପସ୍ଥାପନ କରାଯିବ। ବଜେଟକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି ଓ ସରକାରଙ୍କ ସାମ୍ନାରେ ଜାରି ମାନ୍ଦାବସ୍ଥାର ମୁକାବିଲା ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିଛି। 

ସୂଚନା ଅନୁଯାୟୀ, ଫେବୃଆରୀ ୨ ରବିବାର ପଡ଼ୁଛି। ତେଣୁ ହଡ଼ତାଳ କାରଣରୁ ବ୍ୟାଙ୍କ କ୍ରମାଗତ ତିନି ଦନ ବନ୍ଦ ରହିବ। ଏଥିରେ ସାଧାରଣ ଲୋକଙ୍କୁ ଅର୍ଥ ନେଣଦେଣ ଏବଂ ଏଟିଏମରୁ ନଗଦ କାଢ଼ିବାରେ ସମସ୍ୟା ହୋଇପାରେ। ବ୍ୟାଙ୍କ ବନ୍ଦ ରହିବାରୁ ଏଟିଏମରେ ନଗଦର ଅଭାବ ଦେଖିବାକୁ ମିଳିପାରେ। 

Subscribe

National International State Sports Entertainment