Home >
ଆମାଜନର ବଡ଼ ଘୋଷଣା, ଆଗାମୀ ୫ ବର୍ଷରେ ରପ୍ତାନୀ କରିବ ୭୦ ହଜାର କୋଟିର ‘ମେକ୍ ଇନ ଇଣ୍ଡିଆ’ ଉତ୍ପାଦ
Khabar Odisha:business-odisha-amazon-to-export-70-thousand-crores-make-in-india-products-by-2025-says-jeff-bezos
ନୂଆଦିଲ୍ଲୀ, ଜାନୁଆରୀ୧୫(ଖବର ଓଡ଼ିଶା):

ଆମାଜନର ପ୍ରମୁଖ ଜେଫ ବୋଜେସ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ବୁଧବାର ସେ ବଡ଼ ଘୋଷଣା କରି କହିଛନ୍ତି ଯେ, କମ୍ପାନୀ ବିଶ୍ଵସ୍ତରରେ ନିଜକୁ ଆହୁରି ମଜବୁତ କରିବା ପାଇଁ ୨୦୨୫ ସୁଦ୍ଧା ୧୦ ଅରବ ଡଲାର(୭୦ ହଜାର କୋଟି ଟଙ୍କା) ମେକ୍ ଇନ ଇଣ୍ଡିଆ ଉତ୍ପାଦ ରପ୍ତାନୀ କରିବ। ଏହା ବ୍ୟତୀତ ସେ ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ଡିଜିଟାଲ କରିବା ପାଇଁ ୧ ଅରବ ଡଲାର ଅର୍ଥାତ ୭୦୦୦ କୋଟି ଟଙ୍କା ନିବେଶ କରିବେ। ଏଥିରେ କମ୍ପାନୀ ଅନଲାଇନ କାରବାର ସହିତ ଜଡ଼ିତ  ହେବ।

ଜେଫ ବୋଜେସ ମଙ୍ଗଳବାର ଭାରତ ପହଞ୍ଚିଛନ୍ତି। ଭାରତ ଓ ଆମେରିକା ପାରସ୍ପରିକ ସମ୍ବନ୍ଧକୁ ନେଇ ସେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ପାଇଁ ଏହା ବହୁତ ମହତ୍ଵପୂର୍ଣ୍ଣ ଏବଂ ଏହି ଶତାବ୍ଦୀ ଭାରତର ଦବଦବା ରହିବ। ବେଜୋସ ଆଜି ଅନେକ ପ୍ରମୁଖ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। 

ଏହା ପୂର୍ବରୁ ଆମାଜନ ଭାରତରେ ୫.୫ ଅରବ ଡଲାରର ନିବେଶ କରିବା ନେଇ ନିଜର ପ୍ରତିବଦ୍ଧତା ଦର୍ଶାଇ ସାରିଛି। ଆମେରିକା ପରେ ଭାରତ ହେଉଛି ଆମାଜନର ସବୁଠୁ ବଡ଼ ମହତ୍ଵପୂର୍ଣ୍ଣ ବଜାର। ବେଜୋସ କହିଛନ୍ତି ଆମେ ଭାରତ ସହିତ ଦୀର୍ଘ ସମୟ ଧରି ଭାଗିଦାରୀକୁ ନେଇ ପ୍ରତିବଦ୍ଧ ଅଟୁ। ଆମେ ଅଧିକ କହିବା ଅପେକ୍ଷା ଅଧିକ କାମ କରିବାରେ ବିଶ୍ଵାସ କରୁ। ଆମାଜନର କହିବା କଥା ଏହି ନିବେଶରେ ଲକ୍ଷାଧିକ ଲୋକଙ୍କୁ ଦେଶର ଭବିଷ୍ୟତ ସମୃଦ୍ଧିର ଅଂଶ କରାଯାଇ ପାରିବ। ଏହା ସହିତ ସମଗ୍ର ଦୁନିଆରେ ମେକ୍ ଇନ ଇଣ୍ଡିଆ ଉତ୍ପାଦ ପହଞ୍ଚି ପାରିବ।

Subscribe

National International State Sports Entertainment