Home >
ମାୟାବତୀଙ୍କୁ ଝଟକା , ଦଳ ଛାଡିଲେ ଶାହ ଆଲମ
Khabar Odisha:bsp-legislature-party-leader-shah-alam-resigned-from-the-party-ntc
ଲକ୍ଷ୍ନୌ,ନଭେମ୍ବର 25(ଖବର ଓଡ଼ିଶା):

ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଝଟକା ।  ବହୂଜନ ସମାଜବାଦ ପାର୍ଟିରୁ ବିଧାନ ମଣ୍ଡଳ ଦଳର ନେତା ଶାହ ଆଲମ (ଗୁଡ଼ୁ ଜମାଲୀ ) ଇସ୍ତଫା ଦେଇଛନ୍ତି । ଏନେଇ ସେ ଲିଖିତ ଭାବେ ପାର୍ଟିର ମୁଖ୍ୟ ମାୟାବତୀଙ୍କୁ ଜଣାଇଛନ୍ତି । 

ସେ ତାଙ୍କର ସବୁ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ତେବେ ସେ ପତ୍ରରେ ଦର୍ଶାଇଛନ୍ତି ଯେ ଗତ କିଛିଦିନ ତଳେ ଯାହା ଘଟିଯାଇଛି ସେଥିରୁ ଜଣାପଡ଼ୁଛି ଯେ ଆପଣଙ୍କ ମୋ ଉପରେ ଭରସା ନାହିଁ । ଯାହାଫଳରେ ମୁଁ ବର୍ତ୍ତମାନ ସବୁ ପଦରୁ ଇସ୍ତଫା ଦେଉଛି । ବହୂଜନ ସମାଜବାଦ ପାର୍ଟି ର ମୁସଲିମ୍ ସମୁଦାୟର ନେତା ଶାହ ଆଲମ ଆଜମଗଡ଼ ମୁବାରକପୁରରେ ଦୁଇ ଥର ବିଧାୟକ ହୋଇଛନ୍ତି । 

ସୁଚନା ଅନୁସାରେ ଯେଉଁ ୯ ଜଣ ବିଧାୟକଙ୍କୁ ଦଳର ମୁଖ୍ୟ ଦଳରୁ ବାହାର କରିଥିଲେ ସେହି ନାଁଙ୍କ ମଧ୍ୟରେ ଶାହ ଆଲମଙ୍କ ନାଁ ନଥିଲେ ମଧ୍ୟ ବର୍ତ୍ତମାନ ସେ ନିଜ ଆଡ଼ୁ ଇସ୍ତଫା ଦେଇଛନ୍ତି । ତେବେ ସେ ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।

  • Tags:

Subscribe

National International State Sports Entertainment