ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବାମଦେଇ ପୁର ଗାଁ ଭାର୍ଗବୀ ନଦୀ କୂଳରେ ବେଆଇନ ଇଟା ଭାଟି ଉପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଚଢ଼ଉ ହୋଇଛି । ବେଆଇନ ଇଟା ଭାଟି ଭାଙ୍ଗିବା ସମୟରେ ଇଟା ମାଫିଆଙ୍କ ଆତ୍ମ ହତ୍ୟା ଉଦ୍ୟମ କରିବାକୁ ଧମକ ଦେଇଛନ୍ତି ।
ସତ୍ୟବାଦୀ ବ୍ଲକ ବାମଦେଇ ପୁର ଗାଁ ଭାର୍ଗବୀ ନଦୀ କୂଳରେ କିଛି ମାଫିଆ ବେଆଇନ ଚୋରା ଇଟା ଭାଟି ବର୍ଷ ବର୍ଷ ହେଲାଣି କରିଆସୁଥିଲେ । ବାରମ୍ବାର ବାରମ୍ବାର ତହସିଲ ପକ୍ଷରୁ ଚେତାବନୀ ଦେଲା ପରେ ମଧ୍ୟ ଖାତିର କରୁନଥିଲେ । ଆଜି ସତ୍ୟବାଦୀ ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡାଙ୍କ ଉପସ୍ଥିତିରେ ଚଢଉ ହୋଇଥିଲା । ପୁରୀ ଜିଲ୍ଲା ଖଣି ଅଧିକାରୀ ସମୀର ସମୀର ମିଶ୍ର, ସତ୍ୟବାଦୀ ପୋଲିସ,ସତ୍ୟବାଦୀ ଅଗ୍ନିଶମ ବିଭାଗ ମିଳିତ ଭାବରେ ବେଆଇନ ଇଟା ଭାଟି ଉପରେ ଚଢ଼ଉ କରିଥିଲେ । ଜେସିବି ଲଗାଇ କଞ୍ଚା ଇଟା ଭାଙ୍ଗୁଥିବାବେଳେ ଇଟା ଭାଟି ମାଲିକଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଭାଟି ମାଲିକ ଗଛରେ ପାଇପ ଲଗାଇ ଆତ୍ମ ହତ୍ୟା ଉଦ୍ୟମ କରିଥିଲେ । ଇଟା ଭାଟି ଉପରକୁ ଚଢି ଜେସିବିକୁ ରୋକିବାକୁ ଉଦ୍ୟମ କରିଥିଲେ ।
ତେବେ ପ୍ରଶାସନ କିଛି ଖାତିର ନ କରି ଇଟା ଭାଟି ଭାଙ୍ଗିଛି । ଏହା ପୁନର୍ବାର ଭାଟି ନ କରିବାକୁ ଚେତାବନୀ ଦେଇଛନ୍ତି ତହସିଲଦାର ।