ଭଦ୍ରକ: ଭଦ୍ରକର ଯୁବ ବ୍ୟବସାୟୀ ତଥା ଭଦ୍ରାଣୀ ଡିଜେ ମାଲିକ ରାମନାରାୟଣ ବଳ ଗିରଫ ହୋଇଛନ୍ତି । ୧୪ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ମଙ୍ଗଳବାର ଗିରଫ କରିଛି ।
ରାମନାରାୟଣ ଭଦ୍ରକ ଏରଡ଼ାରେ ଭଦ୍ରାଣୀ ମ୍ୟୁଜିକ୍ , ଭଦ୍ରାଣୀ ଫୋଟୋଗ୍ରାଫି, ଭଦ୍ରାଣୀ ମୋବାଇଲ୍ ସୋ ରୁମ୍ , ସାଇ ଇଭେଣ୍ଟ ଓ ମା ତାରିଣୀ ଟୁର୍ସ ଏଣ୍ଡ୍ ଟ୍ରାଭେଲ୍ସ ନାମରେ ଏକାଧିକ ବ୍ୟବସାୟ କରନ୍ତି । ଗତ ଶନିବାର ଆର୍ଥିକ ହେରଫେର ଅଭିଯୋଗରେ ଭଦ୍ରକ ବାଇପାସରେ ଥିବା ରାମନାରାୟଣଙ୍କ ବାସଭବନ, ସାବରଙ୍ଗ ଏରଡ଼ାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ରମ୍ଭିଳା ଫାର୍ମ ହାଉସରେ ଇଓଡବ୍ଲ୍ୟୁର ୩ଟି ଟିମ ଚଢ଼ଉ କିରଥିଲା । ଚଢ଼ଉ ବେଳେ ୧୦ଟି ଦାମୀ ଗାଡି, ଏକାଧିକ ଡିଜେ ଓ ୧୪୪ଟି ଦାମୀ ମୋବାଇଲ୍ ଇଓଡବ୍ଲ୍ୟୁ ହାତରେ ଲାଗିଥିଲେ । ରାମନାରାୟଣଙ୍କ ନାଁରେ ତାଳଚେର, ଭଦ୍ରକ ଓ ବୈଶିଙ୍ଗାରେ ୪ଟି ମାମଲା ରହିଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡିଜିଏମଙ୍କ ଦସ୍ତଖତକୁ ନକଲ କରି ୯ ଜଣଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଏସବିଆଇ କ୍ୟାପ୍ ସିକ୍ୟୁରିଟି ସଂସ୍ଥାରେ ସେଲ୍ସ ମ୍ୟାନେଜର ଥିଲେ ରାମନାରାୟଣ । ଜଣେ ସେଲ୍ସ ମ୍ୟାନେଜରରୁ ଅଳ୍ପ କେଇଟା ବର୍ଷ ମଧ୍ୟରେ କୋଟି କୋଟିର ବ୍ୟବସାୟ ପ୍ରତିଷ୍ଠାନ ଛିଡ଼ା କରିଛନ୍ତି ରାମନାରାୟଣ ।
ଗତ ୩ ମାସ ପୂର୍ବରୁ ମଧ୍ୟ ପ୍ରଥମେ ଚଢ଼ଉ କରି ଇଓଡବ୍ଲ୍ୟୁ ଭଦ୍ରକ ବାସଭବନରୁ ରାମ ନାରାୟଣ ବଳଙ୍କୁ ଉଠାଇ ନେଇଥିଲା ।