Home >
ଚାଲିପାରିଲାନି ବିଧାନସଭା, ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା
Khabar Odisha:assembly-was-adjourned-until-Monday
ଭୁବନେଶ୍ୱର, ଡିସେମ୍ବର ୪(ଖବର ଓଡିଶା):

୧ ତାରିଖ ଠାରୁ ଆରମ୍ଭ ହୋଇଛି ଶୀତକାଳୀନ ଅଧିବେସନ । ମାତ୍ର ମମିତା ମେହେର ହତ୍ୟା ମାମଲାକୁ ନେଇ ମନ୍ତ୍ରୀଙ୍କ ବହିଷ୍କାର ଦାବି କରୁଛନ୍ତି ବିରୋଧୀ । ଯେଉଁଥି ପାଇଁ ଗୃହରେ ବାରମ୍ବାର ବିରୋଧୀ ହଟ୍ଟଗୋଳ କରୁଛନ୍ତି । ଫଳରେ ଅଧିବେସନ ଚଳାଇବା ସମ୍ଭବ ନହେବାରୁ ଗୃହକୁ ବାରମ୍ବାର ମୁଲତବୀ ପାଇଁ ବାଚସ୍ପତି ଘୋଷଣା କରୁଛନ୍ତି । ତେବେ ଆଜି ଅପରାହ୍ଣରେ ବିରୋଧୀ ହଟ୍ଟଗୋଳ କରିଥିଲେ । ସେଥିପାଇଁ ସୋମବାର ଯାଏଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । 

ସେହିପରି ଆଜି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ହୋହାଲ୍ଲା, ନାରାବାଜି ସହ ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି । ଗୃହ ଭିତରେ ପୂଜକ ବେଶରେ ପ୍ରତିବାଦ କଲେ ତାରାବାହିନୀ ପତି । ତାରା ବାହିନୀ ପତିଙ୍କ ପୂଜକ ବେଶ ସାଙ୍ଗକୁ ବିରୋଧୀଙ୍କ ଘଣ୍ଟମାଡରେ ଗୃହ କମ୍ପିଥିଲା । ଫଳରେ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର । 

ତେବେ ଲଗାତାର ଭାବେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବି ଗୃହ ତାଲିପାରୁନାହିଁ । ଗତକାଲି ମଧ୍ୟ ଅଭିନବ ପ୍ରତିବାଦ କରିଥିଲା ବିଜେପି । ସେହିପରି ଆଜି ମଧ୍ୟ କଂଗ୍ରେସ ପ୍ରତିବାଦ କରିଛି । ଡିସେମ୍ବର ୧ ତାରିଖରୁ ବିଧାନସଭା ଆରମ୍ଭ ହୋଇଥିଲା । ଗତ ୪ ଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି । ସୂଚନା ଅନୁସାରେ, ମମିତା ମେହେର ହତ୍ୟା ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଲାଗି ରହିଛି । ବିଜେପି ବାହାରେ ପ୍ରତିବାଦ କରୁଥିବା ବେଳେ କଂଗ୍ରେସ ଭିତରେ ପ୍ରତିବାଦ କରୁଛି ।

  • Tags:

Subscribe

National International State Sports Entertainment