ରାୟଗଡ଼ା: ଶନିବାର ଅଘଟଣ । ବାହୁଡ଼ାରେ ଡ୍ୟୁଟିରେ ଯୋଗ ଦେବାକୁ ପୁରୀ ବାହାରିଥିବା ଜଣେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ମହିଳା କନେଷ୍ଟବଳ ଜଣକ ସ୍କୁଟିରେ ଯାଉଥିବା ବେଳେ ଫଛପଟୁ ଟ୍ରଲର ଧକ୍କା ଦେଇଥିଲା । ଫଳରେ ଟ୍ରଲର ତଳେ ଚାପି ହୋଇ ସେ ମୃତ୍ୟୁବରଣ କରିଛନ୍ତି । ମୃତ ମହିଳା କନେଷ୍ଟବଳ ହେଉଛନ୍ତି ୨୪ ବର୍ଷିୟା ଲାବଣ୍ୟା ଗାଣ୍ଟା । ଘର ଖେଦାପଡ଼ା ପଞ୍ଚାୟତ ।
ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକଠାରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇଜଣ ହେଲେ ବିଷମକଟକ ବ୍ଲକ ବେଠିଆପଡ଼ା ପଞ୍ଚାୟତର ମୁନିଗାଁର କାନ୍ତାରାଓ କାଡ୍ରାକା ଓ ସୁବାରାଓ କାଡ୍ରାକା। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ଖବର ପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚି ଟ୍ରେଲରକୁ ଜବତ କରିଛି।