Home >
ନାରୀ ନିର୍ଯ୍ୟାତନା ମାମଲାରେ ଓଡ଼ିଶାର ରେକର୍ଡ,NCRB ରିପୋର୍ଟରେ ଶୀର୍ଷରେ ଓଡ଼ିଶା
Khabar Odisha:Women-Harassment-case-highest-in-odisha

ଭୁବନେଶ୍ୱର, ସେପ୍ଟେମ୍ବର ୧୫ (ଖବର ଓଡ଼ିଶା): ରାଜ୍ୟରେ ବଢିଚାଲିଛି ନାରୀ ନିର୍ଯ୍ୟାତନା ମାମଲା । ରାଜ୍ୟ ସରକାରଙ୍କ ମା’ କୁ ସମ୍ମାନ ନାରା ଏବେ ଏବେ ରକର୍ଡ ଭାଙ୍ଗଛି । ପୁରା ଦେଶରେ ଏବେ ଓଡ଼ିଶାରେ ସବୁଠାରୁ ଅଧିକ ଅସୁରକ୍ଷିତ ହୋଇପଡିଛନ୍ତି ମହିଳା ।

ଗତ କାଲି ଏନସିଆରବି ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏଥିରେ ସାଂଘାତିକ୍ ତଥ୍ୟ ସାମ୍ନାକୁ ଆସିଛି । ଯାହା ରାଜ୍ୟର ବାସ୍ତବ ଚିତ୍ର ପ୍ରକାଶ କରୁଛି । ପ୍ରତିଦିନ ରାଜ୍ୟରେ ନାରୀ ଦୁଷ୍ମର୍ମ ଓ ନିର୍ଯ୍ୟାତନାର ଶିକାର ହେଉଥିବା ବେଳେ ରାଜ୍ୟ ପୋଲିସ୍ ଗୋଟିଏ ପରେ ଗୋଟିଏ ମାମଲା ଚପାଇ ଚାଲିଛି ଆଉ ରାଜ୍ୟ ସରକାର ମା’ କୁ ସମ୍ନାନ ନାରା ଦେଇ ବାହାବାହା ସାଉଁଟୁଛନ୍ତି ।

ମାତ୍ର ଏନସିଆରବି ରିପୋର୍ଟ ଏବେ ରାଜ୍ୟ ସରକାରଙ୍କ ସବୁ ସତ ପଦାରେ ପକାଇ ଦେଇଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୂଯାଇ ଓଡ଼ିଶାରେ ୨୦୨୦ରେ ସର୍ବାଧିକ ନାରୀ ନିର୍ଯ୍ୟାତନା ମାମଲା ରୁଜୁ ହୋଇଛି।

ପୁରା ଦେଶରେ ୨୦୧୯ ତୁଳନାରେ ୨୦୨୦ରେ ନାରୀ ନିର୍ଯ୍ୟାତନା ମାମଲା ହ୍ରାସ ପାଇଥିବା ବେଳେ ଓଡ଼ିଶାରେ କିନ୍ତୁ ରେକର୍ଡ ହୋଇଛି ନାରୀ ନିର୍ଯ୍ୟାତନା ମାମଲା । 

ରିପୋର୍ଟ ଅନୂଯାଇ ରାଜ୍ୟରେ ୨୦୨୦ରେ ୨୫,୪୮୯ ଟି ନାରୀ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୨୩,୧୮୩ ଟି ନାରୀ ନିର୍ଯାତନା ମାମଲା ରୁଜୁ ହୋଇଥିଲା ।

୨୦୧୯ରେ ପୁରା ଦେଶରେ ୩,୭୧,୫୦୩ ନାରୀ ନିର୍ଯାତନା ମାମଲା ପଞ୍ଜିକୃତ ହୋଇଥିବା ବେଳେ ବର୍ଷ ୨୦୨୦ରେ ୪,୦୫,୩୨୬ ମାମଲା ପଞ୍ଜିକୃତ ହୋଇଛି । ଅର୍ଥାତ୍ ଦେଶରେ ନାରୀ ନିର୍ଯାତନା ହାର ୮.୩% ହ୍ରାସ ପାଇଛି ।

ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ କରାଯାଇଛି ଯେ ରାଜ୍ୟରେ ‘ସମ୍ମାନ ନେବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନାରୀମାନଙ୍କ ଉପରେ ଆକ୍ରମଣ ମାମଲା’ ସଂଖ୍ୟା ହେଉଛି ୧୨,୬୦୬ । ଅର୍ଥାତ୍ ୨୦୨୦ ବର୍ଷରେ ଓଡ଼ିଶା ରାଜ୍ୟରେ ମହିଳାମାନଙ୍କ ଉପରେ ହୋଇଥିବା ଆକ୍ରମଣ ହାର ୫୫.୮% ।

ଏହା ବ୍ୟତିତ, ୨୦୨୦ରେ ମହିଳାମାନଙ୍କୁ ଉଲଗ୍ନ କରାଯାଇଥିବା ମାମଲା ସଂଖ୍ୟା ୩,୨୩୨ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ନାରୀମାନଙ୍କ ସମ୍ମାନହାନି ଏବଂ ନାରୀ ଅପହରଣ ମାମଲାରେ ମଧ୍ୟ ବର୍ଷ ୨୦୨୦ରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ରହିଛି । ସେହିପରି, ରାଜ୍ୟରେ ୫୨୬ଟି ମାମଲା ନାରୀମାନଙ୍କ ପ୍ରତି କରାଯାଇଥିବା ସାଇବର୍ ଅପରାଧ ସହ ସମ୍ପୃକ୍ତ ।

ଏହାଛଡ଼ା, ୨୯୨ଟି ଯୌନଶୋଷଣ ମାମଲା ମଧ୍ୟ ରୁଜୁ ହୋଇଛି ଯେଉଁଥିରେ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି ।

  • Tags:

Subscribe

National International State Sports Entertainment