Home >
ମଦ ଦୋକାନ ଖୋଲିବ କି ନାହିଁ ? ଟ୍ୱିଟରରେ ଲୋକମାନଙ୍କୁ ପରାମର୍ଶ ମାଗିଲେ ଆଇଏଏସ ଅଧିକାରୀ
Khabar Odisha:Will-the-liquor-store-open-An-IAS-officer-asked-people-for-advice-on-Twitter
ଚଣ୍ଡିଗଡ, ଏପ୍ରିଲ ୦୭ (ଖବର ଓଡ଼ିଶା):

କରୋନା ଜୀବାଣୁ ଯୋଗୁଁ ଦେଶରେ ଲକଡାଉନ୍ ବଳବତ୍ତର ରହିଛି । ଔଷଧ, ରାସନ, ପନିପରିବା, କ୍ଷୀର ପରି ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଛି | ଏହି ସମୟରେ, ଚଣ୍ଡିଗଡର ଜଣେ ପ୍ରଶାସନିକ ଅଧିକାରୀ ଆଇଏଏସ୍ ମନୋଜ ପରିଡା ଏକ ନିଆରା ପରାମର୍ଶ ଦେଇଛନ୍ତି | ଆଇଏଏସ୍ ମନୋଜ ପରିଡା କହିଛନ୍ତି ଯେ ତାଙ୍କୁ ଜଣେ ଡାକ୍ତରଙ୍କ ଏହି ପରାମର୍ଶ ଦେଇଛନ୍ତି ଯେ ମଦ୍ୟପାନ ଦୋକାନଗୁଡିକ ଦୈନିକ ୨ ଘଣ୍ଟା ଖୋଲାଯିବା ଉଚିତ, ନଚେତ୍ ମଦ୍ୟପାନର ଶିକାର ହୋଇଥିବା ବ୍ୟକ୍ତି ନିଶା ସେବନ ପାଇଁ ଡ୍ରଗ୍ସ ବ୍ୟବହାର କରିବା ଆରମ୍ଭ କରିବେ ।

ଚଣ୍ଡିଗଡ଼ରେ ଆଇଏଏସ୍ ମନୋଜ ପରିଡା ଏକ ବଡ ପ୍ରଶାସନିକ ଦାୟିତ୍ୱକୁ ପରିଚାଳନା କରନ୍ତି। ସେ ଚଣ୍ଡିଗଡ଼ ପ୍ରଶାସକ ବିପି ବଦନୋରଙ୍କ ପ୍ରଶାସନିକ ପରାମର୍ଶଦାତା ମଧ୍ୟ ଅଛନ୍ତି । ଟ୍ୱିଟର ମାଧ୍ୟମରେ ସେ ସାଧାରଣ ଜନତାଙ୍କୁ ପଚାରିଛନ୍ତି ଯେ ଜଣେ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି ଯେ ଯଦି ଦୈନିକ ମଦ ପିଉଥିବା ଜଣେ ମଦ୍ୟପକୁ ମଦ ନ ମିଳେ ତେବେ ସେ ନିଶା ସେବନ ପାଇଂ ଡ୍ରଗ୍ସ ସେବନ କରିବ କିମ୍ୱା ମାନସିକ ଭାବେ ଦୁଶ୍ଚିନ୍ତାର ଶିକାର ହେବ, ତେବେ ସେହିଭଳି ଲୋକମାନଙ୍କ ପାଇଁ ଚଣ୍ଡିଗଡ଼ରେ ଦିନକୁ 2 ଘଣ୍ଟା ପାଇଁ ମଦ ଦୋକାନ ଖୋଲାଯିବା ଆବଶ୍ୟକ । ତେବେ ମଦ ଦୋକାନ ଖୋଲିବ କି ନାହିଁ ତାହା ଆପଣ ମାନେ ଦୟାକରି ପରାମର୍ଶ ଦିଅନ୍ତୁ ବୋଲି ସେ ଟ୍ୱିଟରରେ ଲୋକମାନଙ୍କୁ ଅନୁରୋଧ୍ଧ କରିଛନ୍ତି।

  • Tags:

Subscribe

National International State Sports Entertainment