Home >
କେବେ ଖୋଲିବ ସ୍କୁଲ? ପ୍ରତିକ୍ରିୟା ଦେଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ
Khabar Odisha:When-will-the-school-open-The-Minister-of-Schools-and-Mass-Education-responded

ଭୁବନେଶ୍ୱର, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): କରୋନା ମହାମାରୀ କାରଣରୁ ଗଲା ଦେଢ ବର୍ଷ ହେବ ବନ୍ଦ ରହିଛି ସ୍କୁଲ । ଅନଲାଇନ୍ ପାଠପଢାରେ ପିଲାମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ ହେଉଛି । ରାଜ୍ୟରେ କେବଳ ନବମ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲି ଅଫଲାଇନ୍ ପାଠପଢା ଆରମ୍ଭ ହୋଇଥିବା ବେଳେ ବାକି ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଅଫଲାଇନ୍ ପାଠପଢା ଆରମ୍ଭ ହୋଇନାହିଁ ।

ଏଭଳି ସ୍ଥିତିରେ ରାଜ୍ୟ କେବେ ଖୋଲିବ ସ୍କୁଲ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ତେବେ ଆଜି ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇ କହିଛନ୍ତି ଯେ ପୂଜା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ହେବ ।

ରାଜ୍ୟରେ ଏବେବି କରୋନା ପ୍ରକୋପ ରହିଥିବା ବେଳେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଯାହା ନିଷ୍ପତି ନେବେ ସେହି ଅନୂସାରେ ଅଗାମୀ ଦିନରେ ଗାଇଡଲାଇନ୍ ଜାରି କରାଯିବ ବୋଲି ଆଜି ଗଣଶିକ୍ଷାମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ।

  • Tags:

Subscribe

National International State Sports Entertainment