Home >
ସରକାରଙ୍କ ତାଗିଦ,ଟୀକା ନନେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀ
Khabar Odisha:Warriors-and-health-workers-will-be-deprived-of-government-benefits-if-they-are-not-vaccinated-by-the-government
ଭୁବନେଶ୍ବର, ଫେବୃଆରୀ ୨୩(ଖବର ଓଡ଼ିଶା)

 ଟୀକା ନନେଲେ ହେବ ଅସୁବିଧା । ରେଜିଷ୍ଟ୍ରେସନ କରିଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ପୁଣି ଥରେ ରାଜ୍ୟ ସରକାରଙ୍କ ତାଗିଦ କରିଛନ୍ତି ।

ଏନେଇ ସ୍ବାସ୍ଥ୍ୟ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମୁନିସପାଲ କମିସନରଙ୍କୁ ଚିଠି ଲେଖିଛନ୍ତି ।

ଏହା ସହ ନାଁ ରେଜିଷ୍ଟ୍ରେସନ କରି ବିନା କାରଣରେ ଟିକା ନେଇ ନଥିବା ସ୍ବାସ୍ଥ୍ୟକର୍ମୀ  ଓ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦେବାକୁ ନିର୍ଦେଶ ଦେଇଛନ୍ତି । 

ସେ କହିଛନ୍ତି ଯେ, ଏବେସୁଧା ରାଜ୍ୟରେ ମୋଟ ୮୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ନେଇଛନ୍ତି।

ବର୍ତ୍ତମାନ କେବଳ ସମ୍ମୁଖ ଯୋଦ୍ଧାଙ୍କୁ ଭାକ୍ସିନ ଦିଆଯାଉଛି। ଏହି କ୍ଷେତ୍ର ରେ ସାରା ଦେଶରେ ଓଡ଼ିଶା ତୃତୀୟରେ ରହିଛି ।

ତେବେ ବିନା କାରଣରେ ଟିକା ନ ନେଇଥିବା ବ୍ୟକ୍ତି କୋଭିଡ ଆକ୍ରାନ୍ତ ହେଲେ ତାଙ୍କୁ କୌଣସି ସରକାରୀ ସୁବିଧା ଯୋଗାଇ ଦିଆଯିବ ନାହିଁ।

ସେ ମାଗଣା ଚିକିତ୍ସା, ମୃତ୍ୟୁରେ ଆର୍ଥିକ ସହାୟତା ଇତ୍ୟାଦି ସରକାରୀ ସୁବିଧା ପାଇବେ ନାହିଁ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

  • Tags:

Subscribe

National International State Sports Entertainment