Home >
ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି, ୨ ମୃତ ୩୦ ରୁ ଅଧିକ ଆହତ
Khabar Odisha:Van-accident-in-koraput-ghat-2-dead
ଭୁବନେଶ୍ୱର, ଜୁନ ୩ ( ଖବର ଓଡ଼ିଶା):

 କୋରାପୁଟ ଘାଟିରେ ଓଲଟିଲା ବରଯାତ୍ରୀ ଗାଡି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଆହତ ଥିବା ଜଣାପଡିଛି।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ଗୁରୁମାଇ ଗୁଡ଼ା ଗ୍ରାମରେ ଏକ। ଦୁର୍ଘଟଣା ଘଟିଛି । ବୋଡିଗାଁରୁ ମୁଣ୍ଡିଗୁଡାକୁ ୩୫ ଜଣ ବରଯାତ୍ରୀଙ୍କୁ ନେଇ  ଯାଉଥିବା ଏକ ୪୦୭ ଗାଡ଼ି ବାହାଘରକୁ ଯାଉଥିବା ବେଳେ ଗୁରୁମାଇ ଗୁଡ଼ା ଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଗାଡ଼ି ରେ ଥିବା ୩୫ଜଣଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ବରଯାତ୍ରୀ ଆହତ ହୋଇଛନ୍ତି ।ଆହତମାନଙ୍କୁ କୁମୁଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • Tags:

Subscribe

National International State Sports Entertainment