Home >
ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଟିକାକରଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
Khabar Odisha:Vaccination-on-a-wartime-basis-in-Puri-in-view-of-rath-yatra-Director-of-Public-Health
ଭୁବନେଶ୍ୱର, ଜୁନ୍ ୨୨(ଖବର ଓଡିଶା):

ରାଜ୍ୟରେ ଏବେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ହେବାରେ ଲାଗିଛି । ତେବେ ଏହାକୁ ନେଇ ଟିକାକରଣକୁ ଜୋରଦାର କରାଯାଉଛି । ତେବେ କରୋନା ଟିକାକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । 

ସେ କହିଛନ୍ତି ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ଟିକା କରଣ ହେବ । ରଥଯାତ୍ରାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ରଥଯାତ୍ରା ପାଇଁ ପୁରୀରୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପୁରୀରେ ଅଧିକ ଟିକାକରଣ କରିବାକୁ ପ୍ରଶାସନକୁ ଅବଗତ କରାଯାଇଛି । 

ସେହିପରି ଯୋଉଁମାନେ ୨ୟ ଡୋଜ ନେଇନାହାନ୍ତି ସେମାନଙ୍କୁ ଏକ ସ୍ୱତନ୍ତ୍ର କ୍ୟାମ୍ପ କରି ଟିକା ନେବା ପାଇଁ ଅବଗତ କରାଯାଇଛି । ସେହିପରି କରୋନା ସଂକ୍ରମଣ ଆଗକୁ ବଢିବ । ସେଥିପାଇଁ ଏବେଠୁ ଟିକାକରଣକୁ ଜୋରଦାର କରାଯାଉଛି ।

  • Tags:

Subscribe

National International State Sports Entertainment