ଶ୍ରୀମନ୍ଦିରରେ ଅଘଟଣ । ଡାଲିହାଣ୍ଡି ଭାଙ୍ଗି ବୋଝିଆ ଆହତ । ଭୋଗ ମଣ୍ଡପରେ ଡାଲିହାଣ୍ଡି ଭାଙ୍ଗିବାରୁ ଅଘଟଣ ଘଟିଛି । ଜଣେ ଆହତ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ବୋଝିଆ ହେଉଛନ୍ତି ତାଳଜଙ୍ଗ ଓ ବ୍ରହ୍ମଗିରିର ପପି ପ୍ରଧାନ ଓ ପ୍ରଦୀପ ସାହୁ | ଗରମ ଡାଲି ପଡିଯିବାରୁ ଉଭୟଙ୍କୁ ଆଘାତ ଲାଗିଛି | ଶ୍ରୀ ମନ୍ଦିର ପ୍ରଶାସନ ଉଭୟଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ସୂଚନା ମୁତାବକ ଆଜି ମହାପ୍ରଭୁଙ୍କ ପ୍ରଥମ ଭୋଗମଣ୍ଡପ ସରିବା ପରେ ବୋଝ ବାହକ ମାନେ ମହାପ୍ରସାଦ ବୋହୁ ଥିଲେ ତେବେ ଶ୍ରୀ ମନ୍ଦିର ସମ୍ମୁଖ ରାସ୍ତା ଖସଡ଼ା ଥିବାରୁ ପାଦ ଖସି ଡାଲି ହାଣ୍ଡି ପଡି ଏପରି ଦୁର୍ଘଟଣା ଘଟିଛି ।