() ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲାରୁ । ଅଭିଯୋଗ ଅନୁସାରେ ଜଣେ ୨୧ ବର୍ଷିୟା ଆଦିବାସୀ ଯୁବତୀଙ୍କୁ ଦୁର୍ଷ୍କମ ଅଭିଯୋଗ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ ପୀଡିତଙ୍କୁ ନ୍ୟାୟ ପ୍ରଦାନ କରିନଥିବା ଅଭିଯୋଗ ହୋଇଛି। ଫଳରେ ପୀଡିତା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କକ୍ଷରେ ଆସି ନ୍ୟାୟ ଭିକ୍ଷା କରିଛନ୍ତି। 
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ମାସ ୨ତାରିଖରେ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଞ୍ଚଳର ପୀଡିତା ଛେଳି ଚରାଇବାକୁ ଯାଇଥିବା ବେଳେ ଗ୍ରାମର ଅକ୍ଷୟ ନାୟକ ନାମକ ଜଣେ ଯୁବକ ଜୋର ଜବରଦସ୍ତ ଏକ କୁଡିଆ ଘରକୁ ନେଇ ଦୁର୍ଷ୍କମ କରିଥିଲେ। ଏନେଇ ପୀଡିତା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ସଂପୃକ୍ତ ଯୁବକ ପୀଡିତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ପୀଡିତା ସେପ୍ଟେମ୍ବର ୩  ତାରିଖ ଦିନ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କର ଡାକ୍ତରୀମାଇନା ହୋଇଥିଲା। 
ତେବେ ଦୁର୍ଷ୍କମ ଘଟଣାକୁ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଚାନ୍ଦିଲି ପୋଲିସ ଦୁର୍ଷ୍କମକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏନେଇ ପୀଡିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ ସଂପୃକ୍ତ ଯୁବକଙ୍କୁ ଗିରଫ କରିବାକୁ ପୀଡିତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।