Home >
୨୬ ରୁ ଆଦିବାସୀ ମେଳା, ଅନଲାଇନରେ କିଣି ହେବ ବିଭିନ୍ନ ସାମଗ୍ରୀ
Khabar Odisha:Tribal-fairs-various-items-can-be-purchased-online-from-the-26th
ଭୁବନେଶ୍ୱର, ଜାନୁଆରୀ 24 (ଖବର ଓଡ଼ିଶା):

ରାଜ୍ୟରେ ଏବେବି କରୋନା କଟକଣା ଲାଗି ରହିଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ଗୁରୁତର ସହ ନିଆଯାଇଛି । କରୋନା ପାଇଁ ବିଭିନ୍ନ ଉତ୍ସବ ଓ ପ୍ରଦର୍ଶନୀ ଫିକା ପଡିଥିବା ବେଳେ ଆସନ୍ତା ୨୬ ତାରିଖରୁ ଆୟୋଜିତ ହେବାକୁ ଯାଉଛି ଆଦିବାସୀ ମେଳା । ଭୁବନେଶ୍ୱରରେ ଥିବା ୧ ନମ୍ବର ପଡିଆରେ ଏହା ଆୟୋଜିତ ହେବ । ତେବେ ମେଳା ପୂର୍ବରୁ ଶନିବାର ଏକ ପ୍ରସ୍ତୁତି ବୈଠକ ବସିଥିଲା ।

ଏହି ବୈଠକରେ ଅନୁସୂଚିତ ଜନଜାତି ବିଭାଗକ ନିର୍ଦେଶିକା ପୁନମ ଗୁହା ଓ ଏସସିଏସଟିଆଟିଆଉର ନିର୍ଦ୍ଦେଶକ ଅଖିଳ ବିହାରୀ ହୋତା ଯୋଗଦେଇଥିଲେ ।

 ସବୁଠାରୁ ବଡ କଥା ହେଉଛି ଯେ, ଚଳିତ ବର୍ଷ କରୋନା ପାଇଁ ଆଦିବାସୀ ମେଳା ଆୟୋଜନ ଉପରେ ପ୍ରଶ୍ନ ଲାଗି ରହିଥିଲା ।  ପରେ ଆୟୋଜନ ନେଇ ବାଟ ଫିଟିଥିଲା । ମେଳା ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ। କିନ୍ତୁ ଭର୍ଚ୍ୟୁଆଲ ମାଧ୍ୟମରେ ଦର୍ଶକମାନେ ଏହାକୁ ଦେଖିପାରିବେ ଓ ଅନଲାଇନରେ ବିଭିନ୍ନ ସାମଗ୍ରୀ କ୍ରୟ କରିପାରିବେ । ତେବେ ଅନଲାଇନ୍ ବ୍ୟତୀତ ନିଜେ ମଧ୍ୟ ଆଦିବାସୀ ପଡିଆକୁ ଯାଇ ମେଳା ଦେଖିହେବ ।

  • Tags:

Subscribe

National International State Sports Entertainment