Home >
ଆଇପିଏଲ ମହାସମର, ଆଜି ହାଇଦ୍ରାବାଦ- କୋଲକତା ଓ ମୁମ୍ବାଇ- ପଞ୍ଜାବ ମଧ୍ୟରେ କଡା ଟକ୍କର
Khabar Odisha:Tough-clash-between-Hyderabad-Kolkata-and-Mumbai-Punjab-today-in-the-IPL-season
ନୂଆଦିଲ୍ଲୀ, ଅକ୍ଟୋବର ୧୮ (ଖବର ଓଡ଼ିଶା):

ଆଜି ଆଇପିଏଲ୍‌ ସିଜିନ ୧୩ରେ ଦୁଇଟି ମ୍ୟାଚ ରହିଥିବାବେଳେ ପ୍ରଥମ ମ୍ୟାଚ ଅପରାହ୍ନ ୩.୩୦ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ରହିଛି । ସେପଟେ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟ ୭.୩୦ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ରହିଛି।   

ମୋର୍ଗାନଙ୍କ କୋଲକାତା ନାଇଟା ରାଇଡର ଓ ୱାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ଉଭୟ ଦଳ ବିଜୟ ଆଶାୟୀ ରହିଥିବାବେଳେ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଶଂସକଙ୍କର ନଜର ରହିବ ।

ସେପଟେ ଗତକାଲି ଡିଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦୁବାଇରେ ଖେଳାଯାଇଥିବା ଆଇପିଏଲର ୩୩ତମ ମ୍ୟାଚ ଅର୍ଥାତ ଶନିବାରର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ଡିଭିଲିୟର୍ସ ୫୫ ରନର ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟୀ କରିଛନ୍ତି। ସେହିପରି ଦିଲ୍ଲୀ ଚେନ୍ନାଇ ମୁକାବିଲାରେ ବାଜି ମାରିଛି ଦିଲ୍ଲୀ 

  • Tags:

Subscribe

National International State Sports Entertainment