ଶ୍ରୀମନ୍ଦିରରେ ଗତକାଲି ଶ୍ରୀ ଜୀଉଙ୍କର ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ସମସ୍ତ ନୀତିକାନ୍ତି ଶେଷ ହୋଇଛି । ଶ୍ରୀ କୃଷ୍ଣଙ୍କର ଜନ୍ମଠାରୁ ଆରମ୍ଭ କରି କଂସ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ବେଶ ଓ ନୀତି ସହିତ ଶ୍ରୀ ଜୀଉଙ୍କୁ ସଜାଯାଇଥିଲା । ଆଜି ହେଉଛି ଏକାଦଶୀ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଆଉ ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର । ଆଜି ସକାଳୁ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି ମଧ୍ୟ ଆରମ୍ଭ ହୋଇସାରିଛି । ଆଜି ହେବାକୁ ଥିବା ନୀତି ସକାଳ ଧୂପ ଓ ଭୋଗମଣ୍ଡପ ପରେ ଅନୁଷ୍ଠିତ ହେବ । ଏହି ନୀତିରେ ଶ୍ରୀଜୀଉଙ୍କୁ ମହାସ୍ନାନ କରାଯିବ ପରେ ନୂଆବସ୍ତ୍ର ପରିଧାନ କରାଯାଇ ମହାପ୍ରଭୁଙ୍କର ପ୍ରିୟ ଚନ୍ଦନ ଲାଗି କରାଯିବ । ସନ୍ଧ୍ୟା ଆଳତିପାରେ ଏକାଦଶୀ ବେଢାକୁ ଶ୍ରୀଜୀଉ ବିଜେ କରି ବେଢା ପରିକ୍ରମା କରି ସାରିବା ପରେ ଅନ୍ୟାନ୍ୟ ନୀତି କାନ୍ତି ଆରମ୍ଭ ହେବ ।ଆସନ୍ତାକାଲି ଶ୍ରୀମନ୍ଦିରରେ ପୁଣି ଅନ୍ୟ ଏକ ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାମନ ଜନ୍ମ ନୀତି ଅନୁଷ୍ଠିତ ହେବା ସହ ଶ୍ରୀନଅରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ ।
ଆଗକୁ ପଢ଼ନ୍ତୁ : ଶ୍ରୀମନ୍ଦିରରେ ଆଜି ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିନ କଂସ ବଦ୍ଧ :ବଡଦାଣ୍ଡ ପାଲଟିବ ମଥୁରା ନଗରୀ