ଆଜି ହେଉଛି ବିଶ୍ୱ ଡାକ ଦିବସ। ଅକ୍ଟୋବର ୯କୁ ସମଗ୍ର ବିଶ୍ୱରେ ଡାକ ଦିବସ ଭାବରେ ପାଳନ କରାଯାଉଛି। ଡାକଵାଲା ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଡାକ ସେବା ଏବଂ ଡାକ ବିଭାଗ ବିଷୟରେ ଲୋକଙ୍କୁ ଅବଗତ କରାଇବା। ୧୮୭୪ ମସିହାରେ ଆଜିର ଦିନରେ ୨୨ଟି ଦେଶ ସ୍ବିଜରଲ୍ୟାଣ୍ଡର ରାଜଧାନୀ ବର୍ନରେ ୟୁନିଭର୍ସାଲ ଡାକ ୟୁନିଅନ (ୟୁପିୟୁ) ଗଠନ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏହାପରେ ଜାପାନର ଟୋକିଓରେ ଅନୁଷ୍ଠିତ ୧୯୬୯ ସମ୍ମିଳନୀରେ ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା। ସାରା ବିଶ୍ୱରେ ଡାକ ସାମଗ୍ରୀ ଓ ଡାକ ସେବାର ପ୍ରୋତ୍ସାହନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ତେଣୁ ଏହି ଦିବସକୁ ବିଭିନ୍ନ ଡାକଘରର କର୍ମଚାରୀମାନେ ବେଶ ଧୁମ ଧାମରେ ପାଳନ କରିଥାନ୍ତି।