Home >
ସୁରକ୍ଷାବାହିନୀଙ୍କୁ ସଫଳତା, ଟଳିଲେ 3 ଜୈଶ ଆତଙ୍କବାଦୀ
Khabar Odisha:Three-terrorists-have-been-neutralised-in-the-encounter-that-broke-out-between-terrorists--security-forces
ଜମ୍ମୁକାଶ୍ମୀର, ଜୁନ ୦୩ (ଖବର ଓଡ଼ିଶା):

ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡଧରଣର ସଫଳତା ମିଳିଛି । ବୁଧବାର ଦିନ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ମୁହାଁମୁହିଁ ହେବାରୁ ଏନକାଉଣ୍ଟରରେ ତିନି ଜଣ ଜୈଶ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ସରକାରୀ ସୂତ୍ରରୁ ଜଣାପଡିଛି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ନ୍ୟାସନାଲ ରାଇଫଲ୍ସ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ବୁଧବାର ସକାଳେ ପୁଲୱାମାର କାଙ୍ଗାନ ଡାଡୁର ଅଞ୍ଚଳକୁ ଚାରିପଟୁ ଅବରୋଧ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ସମସ୍ତ ପ୍ରସ୍ଥାନ ମାର୍ଗକୁ ସିଲ୍ କରି ଘର ଘର ବୁଲି ଖୋଜାଖୋଜି କରିଥିଲେ ଏବଂ ଏହି ସମୟ ମଧ୍ୟରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହି ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବାର ଖବର ଆସିଥିଲା। ଏହି ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

ସେପଟେ ଏହି ଅଞ୍ଚଳରେ ଗୁଜବକୁ ରୋକିବା ପାଇଁ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରଖାଯାଇଛି। ବିରୋଧ କରିବାକୁ ଯେକୌଣସି ପ୍ରୟାସକୁ ରୋକିବା ପାଇଁ ନିକଟବର୍ତ୍ତୀ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

  • Tags:

Subscribe

National International State Sports Entertainment