Home >
କରୋନା କଟକଣା ମଧ୍ୟରେ ପାଳନ ହେବ ଚଳିତବର୍ଷ ସ୍ୱାଧୀନତା ଦିବସ, ଗୃହବିଭାଗ ପକ୍ଷରୁ ଜାରି ହେଲା ଗାଇଡଲାଇନ୍
Khabar Odisha:This-years-Independence-Day-will-be-celebrated-amid-guidelines-issued-by-the-Home-Department-Corona-deduction
ଭୁବନେଶ୍ୱର, ଅଗଷ୍ଟ ୧୧ (ଖବର ଓଡ଼ିଶା):

କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ପାଳନ ହେବ ସ୍ୱାଧୀନତା ଦିବସ । ଏଥିପାଇଁ ଗୃହବିଭାଗ ପକ୍ଷରୁ ସବୁ ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି । କରୋନା କଟକଣା ନିମୟକୁ ମାନି ଏଥରର ସ୍ୱାଧୀନତା ଦିବସ ପାଳନ ହେବ । ସକାଳ ୯ଟା ପରେ ମୁଖ୍ୟଅତିଥି ଜାତୀୟ ପତାକା ଉତ୍ତୋଳନ କରିପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ତାପରେ ଜାତୀୟ ସଙ୍ଗୀତ ଗାନ କରାଯିବ । ଏଥର କୌଣସି ପ୍ରକାରର ପରେଡ କିମ୍ବା ମାର୍ଚପାଷ୍ଟ ହେବନାହିଁ । ସେହିଭଳି ସ୍ୱାଧୀନତା ଦିବସରେ ସାଧାରଣ ଲୋକ ବି ସାମିଲ ହୋଇପାରିବେ ନାହିଁ । ଉତ୍ସବରେ ସୀମିତ ସଂଖ୍ୟକ ୫୦ରୁ ୭୫ ଅତିଥିଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି ।

ଏମାନଙ୍କ ମଧ୍ୟରେ ରହିବେ ୧୫ରୁ ୨୦ କୋଭିଡ ଯୋଦ୍ଧା । ଉତ୍ସବ ପାଳନ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଉତ୍ସବସ୍ଥଳକୁ ଭଲଭାବେ ସାନିଟାଇଜ କରାଯିବ ଓ ପ୍ରବେଶ ପଥରେ ସାନିଟାଇଜର ରଖାଯିବ । ଉତ୍ସବ ପାଇଁ ବୃକ୍ଷରୋପଣ, ଅନଲାଇନରେ ପ୍ରବନ୍ଧ ଓ କ୍ୱିଜ ପ୍ରତିଯୋଗିତାକୁ ଅନୁମତି ଦିଆଯାଇଛି ।

  • Tags:

Subscribe

National International State Sports Entertainment