Home >
ଏ ବର୍ଷ ବି ହେବନି ପ୍ରସିଦ୍ଧ ବାରୁଣୀ ମେଳା, ଦଶ୍ୱାଶମେଧ ଘାଟରେ ଜାରି ହେବ ୧୪୪ ଧାରା
Khabar Odisha:This-year-too-the-famous-Baruni-Mela-will-be-held-at-Dashwasmed-Ghat

ଯାଯପୁର, ଏପ୍ରିଲ ୮ (ଖବର ଓଡ଼ିଶା): ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ସବୁ ପର୍ବ ପର୍ବାଣୀ ଓ ମେଳା ମହୋତ୍ସବା କୁ ଫିକା କରିବାକୁ ଯାଉଛି । ଏବର୍ଷ ବି ହେବନି ପ୍ରସିଦ୍ଧ ବାରୁଣୀ ମେଳା । ଯାଯପୁର ଜିଲ୍ଲାରେ ପ୍ରତିବର୍ଷ ବହୁ ଆଡମ୍ବରରେ ବୈତରଣୀ ନଦୀକୂଳରେ ଦଶ୍ୱାଶମେଧ ଘାଟରେ ବାରୁଣୀ ମେଳା ଅନୁଷ୍ଠିତ ହୋଇଥାଏ ।

ଆସନ୍ତା କାଲି ହେବାକୁ ଥିବା ଏହି ପ୍ରସିଦ୍ଧ ମେଳାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜନସାମଗମ ହୋଇଥାଏ ମାତ୍ର କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଏହି ମେଳା ହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବ ବର୍ଷ ମଧ୍ୟ କରୋନାର ମହାମାରୀର ସମାନ ସ୍ଥିତି ଯୋଗୁଁ ହୋଇପାରିନଥିଲା ବାରୁଣୀ ମେଳା ।

ତେବେ ଆସନ୍ତା କାଲି ଦଶ୍ୱାଶମେଧ ଘାଟ ଓ ସଲଗ୍ନ ଅଞ୍ଚଳରେ ଯାଯପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ କରୋନା କହର ମଧ୍ୟରେ ଘରେ ରହିବାକୁ ଓ ଅଯଥାରେ ବାହାରକୁ ନବାହିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

  • Tags:

Subscribe

National International State Sports Entertainment