Home >
ଚଳିତ ବର୍ଷ ଇଦରେ କଟକରେ କୌଣସି ମସଜିଦରେ ସମୂହ ନମାଜ ପାଠ ହୋଇପାରିବ ନାହିଁ, ସ୍ପଷ୍ଟ ନିର୍ଦ୍ଦେଶ ଜାରି କଲେ କଟକ ଡିସିପି
Khabar Odisha:This-year-no-prayers-will-be-held-in-any-mosque-in-Cuttack
କଟକ, ମେ ୨୩ (ଖବର ଓଡ଼ିଶା):

ଚଳିତ ବର୍ଷ ଇଦରେ କଟକର କୌଣସି ମସଜିଦରେ ସମୂହ ନମାଜ ପାଠ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି କଟକ ଡିସିପି । କରୋନା ପାଇଁ ସହରରେ ଏଭଳି କଟକଣା ଜାରି କରିଛନ୍ତି ପୋଲିସ୍ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି ।

 

ପୋଲିସ୍ ଡିସିପି କହିଛନ୍ତି ଯେ, କଟକର ପ୍ରତି ମସଜିଦ୍ ଆଗରେ ପୋଲିସ୍ ଫୋର୍ସ ମୂତୟନ ହେବେ। ଇଦ୍ ପାଳନ ଅବସରେ କରୋନା ନିୟମାବଳୀର ଯେଭଳି ଉଲ୍ଲଘଂନ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ନିୟମ ଉଲ୍ଲଘଂନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍ ଡିସିପି ସୂଚନା ଦେଇଛନ୍ତି।

 

ସୂଚନାଯୋଗ୍ୟ ଯେ, ଆଜିଠାରୁ ଇସଲାମ୍ ସଂପ୍ରଦାୟରର ରମଜାନ ମାସର ଶେଷ ପର୍ବ ଇଦ ଆରମ୍ଭ ହେବାକୁ ଯାଉଛି । ଏହି ପର୍ବରେ ଗୋଟିଏ ମାସ ଧରି ମୁସଲିମ୍ ଧର୍ମର ଲୋକମାନେ ମସଜିଦରେ ନମାଜ ପାଠ କରିଥାନ୍ତି ହେଲେ କରୋନା ଭାଇରସ୍ ମହାସଙ୍କଟ ମଧ୍ୟରେ ମସଜିଦରେ ସମୂହ ନମାଜ ପାଠ ହୋଇପାରିବ ନାହିଁ ବୋଲି ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଜାରି କରିଥିଲେ କଟକ କମିଶନରେଟ ପୋଲିସ୍ ଡିସିପି ଅଖିଳେଶ୍ୱର ସିଂହ ପୂର୍ବରୁ ଜାରି କରାଯାଇଥିବା ନିୟମ ବର୍ତ୍ତମାନ ମଧ୍ୟ ବଳବତ୍ତର ରହିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି ।

  • Tags:

Subscribe

National International State Sports Entertainment