Home >
ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ବାଣ ବ୍ୟବହାର ଓ ଗଚ୍ଛିତ ଉପରେ ଲାଗିବ ସମ୍ପୂର୍ଣ୍ଣ ନିଷେଧାଦେଶ
Khabar Odisha:This-year-as-in-the-previous-year-there-will-be-a-complete-ban-on-the-use-and-storage-of-arrows-in-the-capital-Delhi

ଭୁବନେଶ୍ୱର,ସେପ୍ଟେମ୍ବର ୧୫(ଖବର ଓଡ଼ିଶା): ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଶର ରାଜଧାନୀ ଦିଲ୍ଲୀରେ ଦୀପାବଳି ପର୍ବ ସମୟରେ ସହର ଭିତରେ ଯେକୌଣସି ପ୍ରକାରର ବାଣ ବ୍ୟବହାର, ଗଚ୍ଛିତ କରିବା କିମ୍ବା ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗିବ। ଏନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଘୋଷଣା କରିଛନ୍ତି । ଏଥିସହ କେଜ୍ରିୱାଲ ରାଜଧାନୀର ବ୍ୟବସାୟୀମାନଙ୍କୁ ନିଷେଧାଦେଶକୁ ଦୃଷ୍ଟିରେ ରଖି ବାଣ ଗଚ୍ଛିତ ନକରିବାକୁ ନିବେଦନ କରିଛନ୍ତି।

ଦିଲ୍ଲୀର ବିପଜ୍ଜନକ ପ୍ରଦୂଷଣ ସ୍ତର ଘୋଷଣା ହେବାର କାରଣ ବୋଲି ସେ ଦର୍ଶାଇଛନ୍ତି। ସେ ଟ୍ୱିଟ୍ କରି ଗତ ବର୍ଷ ଭଳି ଦୀପାବଳି ସମୟରେ ଦିଲ୍ଲୀର ପ୍ରଦୂଷଣର ବିପଦପୂର୍ଣ୍ଣ ଅବସ୍ଥାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବାଣ ବ୍ୟବହାର, ଗଚ୍ଛିତ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି। ଯାହାଫଳରେ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ। ବୋଲି ସେ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ବ୍ୟବସାୟୀମାନଙ୍କ ନିକଟରେ ଆବେଦନ କରି କହିଥିଲେ ଯେ, “ଗତ ବର୍ଷ ବ୍ୟବସାୟୀଙ୍କ ଦ୍ୱାରା ବାଣ ବ୍ୟବହାର, ଗଚ୍ଛିତ କରିବା ହେବା ପରେ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଳମ୍ବରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଥିଲା ଯାହା ଦ୍ୱାରା ବ୍ୟବସାୟୀମାନେ କ୍ଷତି ଘଟାଇଥିଲେ। ସମସ୍ତ ବ୍ୟବସାୟୀଙ୍କ ପାଇଁ ଏହା ଏକ ଆବେଦନ ଯେ ସଂପୂର୍ଣ୍ଣ ନିଷେଧାଦେଶକୁ ଦୃଷ୍ଟିରେ ରଖି ଏଥର କୌଣସି ପ୍ରକାର ଷ୍ଟୋରେଜ୍ କରନ୍ତୁ ନାହିଁ।

  • Tags:

Subscribe

National International State Sports Entertainment