Home >
ମଦ ବେପାର ଉପରେ ଚଢ଼ାଉ ବେଳେ ତହସିଲଦାରଙ୍କୁ ଗୋଡାଇ ପିଟିଲେ ଆଦିବାସୀ
Khabar Odisha:The-tribals-chased-the-tehsildar-while-raiding-the-liquor-business
ଗଞ୍ଜାମ, ଅଗଷ୍ଟ 6(ଖବର ଓଡ଼ିଶା):

ମଦ ବେପାର ଉପରେ ଚଢ଼ାଉ ବେଳେ ତହସିଲଦାରଙ୍କୁ ଗୋଡାଇ ଗୋଡାଇ ପିଟିଲେ ଆଦିବାସୀ । ଚଢ଼ାଉ ବେଳେ ତହସିଲଦାର ଓ ଅବକାରୀ ବିଭାଗକୁ ଗୋଡାଇ ଗୋଡାଇ ଆଦିବାସୀମାନେ ପିଟିଛନ୍ତି ।

ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କୁ ଗାଁ ଲୋକେ ପିଟିଲେ । ଏହାସହ ୩ଟି ସରକାରୀ ଗାଡିକୁ ଅଟକ ରଖିଛନ୍ତି ଲୋକେ । ଘଟଣାସ୍ଥଳକୁ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ର ଯାଉଥିବା ନେଇ ସୂଚନା ମିଳିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିବା ସୂଚନା  ମିଳିଛି ।

  • Tags:

Subscribe

National International State Sports Entertainment