ଭୁବନେଶ୍ୱର, ମେ ୧୪(ଖବର ଓଡିଶା):
ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ପରେ ସତର୍କ ହେଲା ରାଜ୍ୟ । ଅଗ୍ନି ନିରାପତ୍ତା ନିୟମକୁ କଡାକଡି ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲା ବିଭାଗୀୟ ଅଧିକାରୀଙ୍କୁ ଅଗ୍ନିଶମ ଡିଜିଙ୍କ ଚିଠି । ଓଡିଶା ଅଗ୍ନିଶମ ନିରାପତ୍ତା ନିୟମ-୨୦୧୭କୁ କଡାକଡି ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ହୋଟେଲ, ଲଜିଂ, ସିନେମା ହଲ୍ ଓ ଅତିଥି ଭବନ ଉପରେ ନିଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ କୋଠା, ମଲଟି ପ୍ଲେକ୍ସ ଏବଂ ଉଚ୍ଚ ଅଟ୍ଟାଳିକା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବଡ ବଡ ଅଟ୍ଟାଳିକାରେ ଫାୟାର ସେପ୍ଟି, ସୁପରଭାଇଜର ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିଲେ ନିଆଯିବ ପଦକ୍ଷେପ । ପ୍ରମାଣପତ୍ରର ନକଲ ବିଭାଗ ପାଖରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସବୁ ସରକାରୀ କୋଠା, ହସ୍ପିଟାଲ, ଉଚ୍ଚ ବିଲ୍ଡିଂର ଅଡିଟ ପାଇଁ ନିର୍ଦ୍ଦେଶ ରହିଛି । ମେ ୨୧ ତାରିଖ ସୁଦ୍ଧା ବିଭାଗ ପାଖରେ ଅଡିଟ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ଅଗ୍ନି ନିରାପତ୍ତା ତ୍ରୁଟି ଥିଲେ ୧୧୨କୁ କଲ କରି ସୂଚନା ଦେଇପାରିବେ ।